fbpx

ବର୍ଷେ ପରେ ମହାକାଶରୁ ଫେରିଲା ଫ୍ରେଞ୍ଚ ୱାଇନର ୧୨ ବୋତଲ, ଏବେ ଟେଷ୍ଟ୍

ମହାକାଶରୁ ଫେରିଲା ଫ୍ରେଞ୍ଚ ୱାଇନର ୧୨ ବୋତଲ । ୨୦୧୯ ନଭେମ୍ବର ମାସରେ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ ଉପରେ ଫ୍ରାନ୍ସର ଉଚ୍ଚ ଗୁଣବତ୍ତାର ରେଡ ୱାଇନ୍ ପହଞ୍ଚାଯାଇଥିଲା । ଲକ୍ଜମବର୍ଗର ଷ୍ଟାର୍ଟ ନିଜର ସ୍ପେସ କାର୍ଗୋ ଅନଲିମିଟେଡ ଏହି ୱାଇର ୧୨ଟି ବୋତଲ ଇଣ୍ଟରନେସନାଲ ସ୍ପେସ ଷ୍ଟେସନକୁ ପଠାଇଥିଲା । ଅନ୍ତରୀକ୍ଷରେ ଗୋଟିଏ ବର୍ଷ ବିତାଇବା ପରେ ଏହି ବୋତଲଗୁଡିକୁ ପୁଣି ଥରେ ପୃଥିବୀ ପୃଷ୍ଠକୁ ଫେରିଛି ।

କିନ୍ତୁ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଏହାକୁ ଚାଖିବାକୁ ସୁଯୋଗ ମିଳିନାହିଁ । ସମସ୍ତ ବୋତଲର ଠିପି ମଜଭୁତର ସହ ଦିଆଯାଇଥିବା ବେଳେ ଏହାକୁ ଭଲ ଭାବରେ ପ୍ୟାକ କରାଯାଇଥିଲା । ଭାଙ୍ଗିବାର ସମ୍ଭାବନା ଥିବାରୁ ଏହାକୁ ଷ୍ଟିଲର ଏକ ସିଲିଣ୍ଟର ଭିତରେ ରଖାଯାଇଥିଲା । ଜିରୋ ଗ୍ରେଭିଟ ପର୍ଯ୍ୟାବରଣରେ ୱାଇନର ସ୍ୱାଦରେ ପରିବର୍ତ୍ତନ ଆସୁଛି କି ନାହିଁ ବୋଲି ଏବେ ଏହାର ଟେଷ୍ଟ ହେବ । ରେଡ ୱାଇନ୍ ଉପରେ ଚାଲିଥିବା ଏହି ରିସର୍ଚ୍ଚରେ ସ୍ପେସ କାର୍ଗୋ ସମେତ ଫ୍ରାନ୍ସ, ଜର୍ମାନୀର ବିଶ୍ୱବିଦ୍ୟାୟକଗୁଡିକ ସାମିଲ ରହିଛି ।

Get real time updates directly on you device, subscribe now.