fbpx
BSKY
BJD SHG SKY
BJD YOUTH SKY

ୟୁକ୍ରେନ ପଛରେ ଛିଡ଼ାହେବେ ୨୭ ରାଷ୍ଟ୍ର: ରୁଷ ବିରୋଧରେ ବଢ଼ିବ ୟୁକ୍ରେନର ଶକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଚତୁର୍ଥ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଏହି ଯୁଦ୍ଧରେ ଶକ୍ତିଶାଳୀ ରୁଷ୍ ବିରୋଧରେ ଏକାକୀ ଲଢ଼ୁଛି କ୍ଷୁଦ୍ର ରାଷ୍ଟ୍ର ୟୁକ୍ରେନ । ଆମେରିକା, ନାଟୋ ରାଷ୍ଟ୍ର ସମୂହ ୟୁକ୍ରେନକୁ ସହାୟତା ପ୍ରଦାନ କରିବାକୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ବେଳେ ଠିକଣା ସମୟରେ ସମସ୍ତେ ପଛକୁ ହଟି ଯାଇଥିଲେ । ତଥାପି ଭୟଭୀତ ନହୋଇ, କାପୁରୁଷ ପରି ପଳାୟନ ନକରି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶବାସୀଙ୍କ ସହ ଛିଡ଼ା ହୋଇଛନ୍ତି । ଏଭଳି ସ୍ଥିତିରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଲୋକମାନେ ଜେଲେନସ୍କିଙ୍କ ଏପରି ଯୋଦ୍ଧା ମନୋଭାବକୁ ପ୍ରଶଂସା କରିଛନ୍ତି ।

ତେବେ ଏହା ମଧ୍ୟରେ ୟୁକ୍ରେନ ପାଇଁ ଏକ ସୁଖବର ଆସିଛି । ପୂର୍ବରୁ ୟୁକ୍ରେନକୁ ସାହାଯ୍ୟ କରିବାକୁ ମନା କରୁଥିବା ଦେଶମାନେ ଏବେ ସାହାଯ୍ୟ କରିବାକୁ ଚାହୁଁଛନ୍ତି । ବ୍ରିଟେନ ସମତେ ୨୭ଟି ରାଷ୍ଟ୍ର ୟୁକ୍ରେନକୁ ଅସ୍ତ୍ରଶାସ୍ତ୍ର ସହ ସାମରିକ ସହାୟତା ପଠାଇବେ ବୋଲି ଟ୍ୱିଟ କରିଛନ୍ତି ଜେଲେନସ୍କି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ଫ୍ରାନ୍ସ ରାଷ୍ଟ୍ରପତି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିବା ବେଳେ ରୁଷକୁ ସହାୟତା ପ୍ରଦାନ ନ କରିବାକୁ ବେଲାରୁସକୁ ଧମକ ଦେଇଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାଶୋଙ୍କାଙ୍କୁ କହିଛନ୍ତି ଯେ, ଏହି ଯୁଦ୍ଧରେ ବେଲାରୁସ ରୁଷକୁ ସାହାଯ୍ୟ କରିବା ଅନୁଚିତ । କାରଣ ଏପରି କରିବା ଦ୍ୱାରା ମାନବ ସମାଜର ହିତସାଧନ ହେଉନାହିଁ ।

Get real time updates directly on you device, subscribe now.