fbpx

କଳାହାଣ୍ଡି, ଢେଙ୍କାନାଳ ଓ ସୁନ୍ଦରଗଡ଼ରେ କିଏ ବିଜୟୀ ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ୩୧୫ ଜୋନରୁ ୨୫୬ର ଆସିଲା ଫଳାଫଳ । ୨୩୦ ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧୨ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ଏହା ସହ ୧୦ଟି ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଛନ୍ତି । ୨ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା କଳାହାଣ୍ଡି, ଢେଙ୍କାନାଳ ଓ ସୁନ୍ଦରଗଡ଼ ଫଳାଫଳ…

କଳାହାଣ୍ଡି:-
କେସିଙ୍ଗା ଜୋନ ୫ରେ ବିଜେଡିର ଦୀପାଞ୍ଜଳୀ ସାହୁ ବିଜୟୀ ।
ଜୟପାଟଣା ଜୋନ ୧୪ରେ ବିଜେଡିର ସ୍ୱର୍ଣ୍ଣଚମ୍ପା ମାଝୀ ଆଗୁଆ ।
ଧର୍ମଗଡ଼ ଜୋନ ୨୩ରେ ବିଜେଡିର ଗୋପିନାଥ ମହାନନ୍ଦ ବିଜୟୀ ।
କୋକସରା ଜୋନ ୮ରେ ବିଜେଡିର ହେମନ୍ତ ମାଝୀ ବିଜୟୀ ।
ଜୁନାଗଡ଼ ଜୋନ ୧୭ରେ ବିଜେଡିର ସୁଧିର ମେହେର ବିଜୟୀ ।
କଲମପୁର ଜୋନ ୧ରେ ବିଜେଡିର ଦୁହିତା ମାଝୀ ବିଜୟୀ ।
ଗୋଲାମୁଣ୍ଡା ଜୋନ ୧୧ରେ ବିଜେଡିର ହେମାଙ୍ଗିନୀ ରାଉତ ବିଜୟୀ ।
କର୍ଲାମୁଣ୍ଡା ଜୋନ ୩ରେ ବିଜେଡିର ମହେନ୍ଦ୍ର ରଣା ବିଜୟୀ ।
ଥୁ,ରାମପୁର ଜୋନ ୨୧ରେ ବିଜେଡିର ପ୍ରମିଳା ମାଝୀ ବିଜୟୀ ।
ନର୍ଲା ଜୋନ ୨୬ରେ ବିଜେଡିର ନମ୍ରତା ସାହୁ ବିଜୟୀ ।
ଭବାନୀପାଟଣା ଜୋନ ୨୯ରେ ବିଜେପି ହୃଦାନନ୍ଦ ସାହୁ ବିଜୟୀ ।
ମ. ରାମପୁର ଜୋନ ୩୩ରେ ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓ ବିଜୟୀ ।
ଲଞ୍ଜିଗଡ଼ ଜୋନ ୩୫ରେ ବିଜେଡିର ଅଞ୍ଜଳି ମାଝୀ ବିଜୟୀ ।

ଢେଙ୍କାନାଳ:-
ଗଁଦିଆ ଜୋନ ୧୦ରେ ବିଜେଡିର ବିଶ୍ୱନାଥ ଚିନାରା ବିଜୟୀ ।
କାମାକ୍ଷାନଗର ଜୋନ ୭ରେ ବିଜେଡିର ଦୀପ୍ତିମୟୀ ବିଶ୍ୱାଳ ବିଜୟୀ ।
ଓଡ଼ାପଡ଼ା ଜୋନ ୧ରେ ବିଜେଡିର ପ୍ରତିମା ନାଏକ ବିଜୟୀ ।
ପରଜଙ୍ଗ ଜୋନ ୧୮ରେ ବିଜେଡିର ରୁନୁ ବର୍ମ ବିଜୟୀ ।
ଭୁବନ ଜୋନ -୨୧ରେ ବିଜେପିର ଶିଲାରାଣୀ ସାହୁ ଜିତିଲେ ।
କଙ୍କଡ଼ାହାଡ଼ ଜୋନ ୪ରେ ବିଜେଡିର ନବକିଶୋର ସାହୁ ଆଗୁଆ ।
ହିନ୍ଦୋଳ ଜୋନ ୨୪ରେ ବିଜେଡିର ମାମାଲି ଦାଶ ବିଜୟୀ ।
ଢ଼େଙ୍କାନାଳ ସଦର ଜୋନ୍-୧୪ରେ ବିଜେଡିର ପୂର୍ଣ୍ଣିମା ଦେହୁରୀ ଆଗୁଆ ।

ସୁନ୍ଦରଗଡ଼:-
କୋଇଡା(କ)ରେ ସିପିଆଇଏମର ସୁଶିଲ ମୁଣ୍ଡା ବିଜୟୀ ।
ଟାଙ୍ଗରପାଲି ଜୋନ ୧ରେ ବିଜେଡିର ଗେଲବତୀ ପଟେଲ ଆଗୁଆ ଅଛନ୍ତି ।
କୁତ୍ରା ଜୋନ ୧ରେ ବିଜେଡିର ପିଙ୍କି ସୁନାନୀ ଆଗୁଆ ରହିଛନ୍ତି ।
ବଡ଼ଗାଁ ଜୋନ ୧ରେ ବିଜେଡ଼ିର ଅମିୟ ପ୍ରଧାନ ଆଗୁଆ ରହିଛନ୍ତି ।
ସୁନ୍ଦରଗଡ଼ ଜୋନ ୧ରେ ବିଜେଡିର ଅଶ୍ୱିନୀ ନାଏକ ଆଗୁଆ ।
ରାଜଗାଙ୍ଗପୁର ଜୋନ ୧ରେ ବିଜେଡିର ସୁଶିଲା ଟପ୍ପୋ ଆଗୁଆ ।
ଲହୁଣୀପଡ଼ା ଜୋନ ୨୯ରେ ବିଜେଡିର ଜୁଲିଆନି କାଣ୍ଡିରା ଆଗୁଆ ।
ଲାଠିକଟା ଜୋନ ୩୨ରେ ବିଜେଡିର ଭୁବାନୁ କୁଜୁର ଆଗୁଆ ।
ଗୁରୁଣ୍ଡିଆ ଜୋନ ୭ରେ ବିଜେଡିର ଉପେନ୍ଦ୍ର କିଶାନ ଆଗୁଆ ।
କୁଆଁରମୁଣ୍ଡା ଜୋନ ୧ରେ ବିଜେଡିର ନେଭିଲ କେର୍କେଟା ବିଜୟୀ ।
ଲେଫ୍ରିପଡ଼ା ଜୋନ ୩୪ରେ ବିଜେଡିର ବୈଷ୍ଣବ ମାଝୀ ଆଗୁଆ ।
ହେବଗିରି ଜୋନ ୨୭ରେ ବିଜେଡିର ଉଦିତ ସେଠ ଆଗୁଆ ।
ସବଡେଗା ଜୋନ ୨୩ରେ ବିଜେଡିର ମନୋଜ ବରୁଆ ବିଜୟୀ ।
ବଣାଇ ଜୋନ ୧୫ରେ ବିଜେଡିର ବୀର ବିଚିତ୍ରସେନ ନାୟକ ଆଗୁଆ ।
ନୂଆଗାଁ ଜୋନ ୧୧ରେ ବିଜେଡିର ଜ୍ୟୋତି ଦଳରେସା ଟେଟେ ଆଗୁଆ ।
ବିଶ୍ରା ଜୋନ ୧୯ରେ ବିଜେଡିର ହାଲୁ ମୁଣ୍ଡାରୀ ବିଜୟୀ ।
ବାଲିଶଙ୍କରା ଜୋନ ୧୭ରେ ବିଜେଡିର ବିନୋଦ କୁଜୁର ଆଗୁଆ ।

Get real time updates directly on you device, subscribe now.