fbpx

ଆଶ୍ଚର୍ଯ୍ୟଜନକ ଘଟଣା: ଆଇସକ୍ରିମ୍ ଖାଇବା ପରେ ଯମଜ ସନ୍ତାନଙ୍କ ମୃତ୍ୟୁ, ମାଆ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଆଇସକ୍ରିମ ଖାଇବା ପରେ ଯମଜ ସନ୍ତାନଙ୍କର ମୃତ୍ୟୁ ଘଟିଛି । ଏଥିସହିତ ମାଆ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଜଣେ ଆଇସକ୍ରିମ ବିକ୍ରେତାଙ୍କ ଠାରୁ ମହିଳା ଜଣଙ୍କ ଆଇସକ୍ରିମ କିଣିଥିଲେ । ଆଇସକ୍ରିମ ଖାଇବା ପରେ ସନ୍ତାନ ଓ ମାଆଙ୍କର ଏପରି ଅବସ୍ଥା ହୋଇଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅନୁସନ୍ଧାନ ଆରମ୍ଭ କରିଛି । ଏକ ମାମଲା ଦାୟର କରାଯାଇ ଉକ୍ତ ଆଇସକ୍ରିମ ବିକାଳିଙ୍କୁ ଖୋଜା ଚାଲିଛି ।

ଏହି ଘଟଣା ପରେ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି ହେବା ସହ ଅନେକ ସନ୍ଦେହ ଦୃଢ଼ୀଭୂତ ହୋଇଛି । ଉକ୍ତ ଆଇସକ୍ରିମ ବିକାଳିଙ୍କୁ ପୋଲିସ ଏବେ ଖୋଜୁଛି । କର୍ଣ୍ଣାଟକର ମାଣ୍ଡୟା ଜିଲ୍ଲାରେ ଏପରି ଏକ ବଡ଼ ଅଘଟଣ ଘଟିଯାଇଛି । ଡାକ୍ତରମାନେ ମହିଳାଙ୍କର ଚିକିତ୍ସା ଜାରି ରଖିଥିବା ବେଳେ ତାଙ୍କର ପରିଚୟ ମିଳିପାରିଛି । ଅନ୍ୟପକ୍ଷରେ ଆଇସକ୍ରିମ ବିକ୍ରେତା କେଉଁଠୁ ଆଇସକ୍ରିମ ଆଣିଥିଲେ ଓ ତାହା ଭଲ ଥିଲା କି ଖରାପ ଥିଲା ସେନେଇ ଏବେ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.