fbpx

ଭୀଷଣ ଗରମରେ ସ୍ମାର୍ଟଫୋନ୍ ସହ କରନ୍ତୁନି ଏପରି ଭୁଲ୍‌, ନଷ୍ଟ ହୋଇଯିବ ଆପଣଙ୍କ ଫୋନ୍‌

ଓଡ଼ିଶା ଭାସ୍କର: ଭୀଷଣ ଗରମ ଓ ତାତି ଆପଣଙ୍କ ଉପରେ ଯେପରି ପ୍ରଭାବ ପକାଇଥାଏ ଆପଣଙ୍କ ଦାମୀ ସ୍ମାର୍ଟଫୋନ୍ ଉପରେ ବି ସେହିପରି ପ୍ରଭାବ ପକାଇଥାଏ । ଯେତେବେଳେ ଏହା ଓଭରହିଟ୍ ହୋଇଯାଏ ସେତେବେଳେ ଏହା କାମ କରିବା ବନ୍ଦ କରିଦିଏ । ତେବେ ଏହା କାହିଁକି ହୋଇଥାଏ ତାହା ଆପଣ ଜାଣନ୍ତି କି?

ଆପଣଙ୍କ ସ୍ମାର୍ଟଫୋନ୍ ଓଭରହିଟ୍ ହୋଇଯିବା ପରେ ସିଷ୍ଟମ ଏହାକୁ ରିଷ୍ଟାର୍ଟ କରିଥାଏ । ଏହି କାରଣରୁ ଆପଣ ଫୋନ୍‌ର ବ୍ୟବହାର କରି ପାରି ନ ଥାନ୍ତି । ଏହି ସମୟ ମଧ୍ୟରେ ଏହାକୁ ଥଣ୍ଡା ହେବାକୁ ସମୟ ମିଳିଥାଏ । ତେବେ ଗରମରେ ଆପଣଙ୍କୁ ନିଜ ସ୍ମାର୍ଟଫୋନ୍‌ର ବିଶେଷ ଯତ୍ନ ନେବାକୁ ହୋଇଥାଏ । ଏହାଦ୍ୱାରା ଆପଣ ନିଜ ଫୋନ୍‌କୁ ଖରାପ ହେବାରୁ ରକ୍ଷାକରିପାରିବେ ।

ଗରମରେ ଝାଳ ବୋହିବା ଏକ ସାଧାରଣ କଥା । ତେଣୁ ଏହି ସମୟରେ ଆପଣ ପକେଟ୍‌ରେ ସ୍ମାର୍ଟଫୋନ୍ ରଖନ୍ତୁ ନାହିଁ । ତେଣୁ ଆପଣ ଫୋନ୍‌କୁ ପକେଟ୍‌ରେ ନୁହେଁ ବ୍ୟାଗରେ ରଖନ୍ତୁ ।ଅଧିକ ଗରମ ହୋଇଗଲେ ଆପଣ ଫୋନ୍‌କୁ କିଛି ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ବନ୍ଦ କରି ଦିଅନ୍ତୁ । ଏହାକୁ ଆପଣ ସ୍ୱିଚ୍ ଅଫ୍ ବି କରିପାରିବେ । ଏପରି କରିବା ଦ୍ୱାରା ଫୋନ୍‌କୁ ଥଣ୍ଡା ହେବାକୁ ସମୟ ମିଳିବ ।

ଫୋନ୍‌କୁ ସିଧା ଖରାରେ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଫୋନ୍‌ର ମଦରବୋର୍ଡ କିମ୍ବା ଅନ୍ୟ ପାର୍ଟ ଖରାପ ହୋଇପାରେ । ଆପଣ ଫୋନ୍‌ରେ ଗେମିଂ କରୁଥିଲେ କିମ୍ବା କ୍ୟାମେରା ଚଲାଉଥିଲେ ଏଥିରୁ ବହୁତ ହିଟ୍ ବାହାରିଥାଏ । ଫୋନ୍ ଅଧିକ ଗରମ ହୋଇଗଲେ ଆପଣ ଏହାକୁ ଏରୋପ୍ଲେନ୍ ମୋଡ୍‌ରେ ରଖନ୍ତୁ ।

Get real time updates directly on you device, subscribe now.