fbpx

ଚିକିତ୍ସା ଅବହେଳାରୁ ଆଖିବୁଜିଲେ ପ୍ରସୂତୀ ମହିଳା; ଡାକ୍ତର-ନର୍ସଙ୍କ ନାଁରେ ଥାନାରେ ମାମଲା

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଡାକ୍ଟରଙ୍କ ଚିକିତ୍ସା ଅବହେଳାରୁ ଆଖିବୁଜିଲେ ପ୍ରସୂତୀ ମହିଳା । ଝିଅକୁ ମାରିଦେଇଥିବା ଅଭିଯୋଗରେ ରାତିରେ ଚିକିତ୍ସାରେ ଥିବା ଡାକ୍ତର ଓ ନର୍ସଙ୍କ ନାଁରେ ଥାନାରେ ମାମଲା । ଗତକାଲି ଅନ୍ଧାରୁଆର ସୌମ୍ୟ ରଞ୍ଜନ ନାୟକ ସ୍ତ୍ରୀ ସୁଦ୍ଧା ନାୟକ ଦୁଇଟି ଜାଆଳ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ୧୫ ତାରିଖରେ ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ସୁଦ୍ଧା ଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଆଣିଥିଲେ । ରକ୍ତ ଅଭାବ ଥିବାରୁ ପ୍ରଥମେ ଚିକିତ୍ସା କରିଥିଲେ ଡାକ୍ତର । ଗତକାଲି ସକାଳେ ମହିଳା ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

ପିଲା ଜନ୍ମ ପରେ ନବଜାତଙ୍କ ଅଧିକ ଚିକିତ୍ସା ପାଇଁ ଶିଶୁ ବିଭାଗ କୁ ପଠେଇ ଥିଲେ ଡ଼କ୍ଟର। ପରେ ସୁଦ୍ଧାଙ୍କୁ ଜେନେରାଲ ୱାର୍ଡ ପଠେଇ ଦେଇଥିଲେ । ରାତିରେ ସୁଧାଙ୍କୁ ପ୍ରବଳ କାଶ ଓ ପେଟରେ ଯନ୍ତ୍ରଣା ହେଇଥିଲା । ସୁଧାଙ୍କ ମା ବାରମ୍ବାର ରାତି ଡ୍ୟୁଟି ରେ ଥିବା ନର୍ସଙ୍କୁ ଜଣେଇ ଥିଲେ । କିନ୍ତୁ ଡାକ୍ତର ନଥିବା କଥା କହିଥିଲେ ନର୍ସ । ଅଧିକ ଦେହ ଖରାପ୍ ହେବାରୁ ଆଜି ସକାଳେ ସୁଧାଙ୍କୁ ଆଇସିୟୁ ରେ ଭର୍ତ୍ତି କରଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୁତ୍ୟୁ ହେଇଥିଲା । ପରିବାର ଲୋକ ଚିକିତ୍ସାରେ ଅବହେଳା ପାଇଁ ଝିଅ ଜୀବନ ଯାଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.