fbpx

ଦେୟ ଆଇନ ସଂଶୋଧନ କରିବେ କେନ୍ଦ୍ର ସରକାର: NH ଟୋଲ ଗେଟରୁ ହଟିବ ଭିଆଇ ତାଲିକା ଥିବା ହୋର୍ଡିଂ

ନୂଆଦିଲ୍ଲୀ: ସାଧାରଣ ଭାବେ ଜାତୀୟ ରାଜପଥ (ଏନଏଚ) ଟୋଲ ଗେଟରେ ଲାଗିଥିବା ବଡ଼ ବଡ଼ ହୋର୍ଡିଂରେ ଟୋଲ ଟିକସ ଛାଡ଼ କରାଯାଇଥିବା ଭିଆଇପି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ପଦବୀ ଉଲ୍ଲେଖ ରହିଥାଏ । ମାତ୍ର ଫାଷ୍ଟ ଟ୍ୟାଗ ବ୍ୟବସ୍ଥା ଆରମ୍ଭ ହେବା ପରେ ଟିକସ ଛାଡ଼ ପାଇଥିବା ଭିଆଇପିମାନଙ୍କୁ ସ୍ୱତନ୍ତ୍ର ଫାଷ୍ଟ ଟ୍ୟାଗ୍ ଯୋଗାଇ ଦିଆଯାଇଛି । ଏଥିସହିତ ସେମାନଙ୍କର ସରକାରୀ ଗାଡ଼ି ଟୋଲ ଗେଟ୍ ଅତିକ୍ରମ କଲେ ସେମାନଙ୍କର ଟିକସ କଟି ନଥାଏ । ତେଣୁ ଏପରି ସ୍ଥିତିରେ ନିୟମ ପରବର୍ତ୍ତନ ହେବା ପରେ ଆଉ ଭିଆଇପି ହୋର୍ଡିଂର ଆବଶ୍ୟକତା ନଥିବା କୁହାଯାଇଛି । ସେଥିପାଇଁ ହୋର୍ଡିଂ ଉଚ୍ଛେଦ କରିବା ଓ ଟିକସ ଛାଡ଼ ପାଇଥିବା ଗାଡ଼ି ପାଇଁ ଅଲଗା ଲେନ୍ ରଖିବାକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ବିଚାର କରୁଛି ।

ଭିଆଇପି ସଂସ୍କୃତିର ବିଲୋପ କରିବା ଲକ୍ଷ୍ୟରେ ଏନଏଚ ଟୋଲ ଗେଟରେ ଲାଗିଥିବା ବିରାଟକାୟ ‘ଭିଆଇପି ତାଲିକା ବୋର୍ଡ’ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ସେଥିପାଇଁ ଦେୟ ନିୟମରେ ସଂଶୋଦନ କରିବାକୁ ଏନଏଚଏଆଇ ନିଷ୍ପତ୍ତି ନେଇଛି । ଏନେଇ ରାଜ୍ୟମାନଙ୍କୁ ଏନଏଚଏଆଇ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ ।

Get real time updates directly on you device, subscribe now.