fbpx

(Video) ୬ ବର୍ଷର ଶିଶୁ ସ୍କେଟିଂରେ କଲା କମାଲ, ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନାମ ଦାଖଲ

ନୂଆଦିଲ୍ଲୀ:ଅହମ୍ମଦାବାଦରେ ରହୁଥିବା ତକ୍ଷବୀ ବଘାନୀ ଏପରି କମାଲ କରି ଦେଖାଇଛି ଯେଉଁ କାରଣରୁ ତାର ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛି । ଖେଳିବା ବୁଲିବା ସମୟରେ ତକ୍ଷବୀ ଯାହା କରିଛି ସେଥିରେ ସେ କେବଳ ନିଜ ପରିବାର ନୁହେଁ ସାରା ଦେଶର ନାମ ଗୌରବାନ୍ୱିତ କରିଛି । ତକ୍ଷବୀ ଲୋଏଷ୍ଟ ଲିମ୍ବୋ ସ୍କେଟିଂରେ ୨୫ ମିଟରରୁ ଅଧିକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି ।

ଗିନିଜ୍ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇ ଏ ବିଷୟରେ ସୂଚନା ଦିଆଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଲେଖାଯାଇଛି କି , ‘୨୫ ମିଟରରୁ ଅଧିକ ଲୋଏଷ୍ଟ ଲିମ୍ବୋ ସ୍କେଟିଂ: ଏହି ରେକର୍ଡ ବ୍ରେକିଂ ଉପଲବ୍ଧି ଗତ ବର୍ଷ ମାର୍ଚ୍ଚ ୧୦ରେ ହାସଲ କରାଯାଇଥିଲା’ । ତକ୍ଷବୀଙ୍କ ପୂର୍ବରୁ ଏହି ରେକର୍ଡ ପୁଣେର ମନସ୍ୱୀ ବିଶାଲଙ୍କ ନାମରେ ଥିଲା । ମନସ୍ୱୀ ମାତ୍ର ସାଢେ ୩ ବର୍ଷରେ ଏହି ଉପଲବ୍ଧି ହାସଲ କରିଥିଲେ ।

Get real time updates directly on you device, subscribe now.