fbpx

ATO ନିଯୁକ୍ତିକୁ ନେଇ ଜରୁରୀ ସୂଚନା: ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଅପଲୋଡ୍ ନକଲେ ପ୍ରାର୍ଥୀଙ୍କ ଆବେଦନ ରିଜେକ୍ଟ ହୋଇଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବେଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ଅଧିନରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏଟିଓ)ଙ୍କୁ ନିଯୁକ୍ତି ଦିଆଯିବ । ଏହି ପଦ ପାଇଁ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଜାରି ହୋଇଛି ଏକ ଜରୁରୀ ନୋଟିସ୍ । ପ୍ରାର୍ଥୀମାନେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଅପଲୋଡ୍ ନକଲେ ସେମାନେ ଏହି ନିଯୁକ୍ତିରେ ଅଂଶଗ୍ରହଣ କରିପାରିବେ ନାହିଁ । ସେହିପରି ପ୍ରାର୍ଥୀମାନେ ଟ୍ରେଡ୍ ସିଲେକ୍ଟ କରିବା ଆବଶ୍ୟକ । ଆବଶ୍ୟକ ପ୍ରମାଣପତ୍ର ଅପଲୋଡ୍ ନକଲେ ପ୍ରାର୍ଥୀଙ୍କର ପ୍ରାର୍ଥୀତ୍ୱ ରିଜେକ୍ଟ ହୋଇଯିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଏଟିଓ ପଦ ପାଇଁ ଏପ୍ରିଲ ୧୬ରୁ ମେ ୧୫ ମଧ୍ୟରେ ଅନଲାଇନରେ ପଞ୍ଜିକରଣ କରାଯିବ । ଅନଲାଇନ୍ ଆପ୍ଲିକେସନ ସବମିସନର ଅନ୍ତିମ ତାରିଖ ମେ ୧୮ ଓ ଅନଲାଇନ୍ ଆପ୍ଲିକେସନ ସଂଶୋଧନର ଅନ୍ତିମ ତାରିଖ ମେ ୨୧ ରହିଛି । ଏନଟିସି / ଏନଏସି ଧାରୀଙ୍କ ପାଇଁ ୧୨୫ଟି ଓ ଡିପ୍ଲୋମା / ଡିଗ୍ରୀ ଧାରୀଙ୍କ ପାଇଁ ୧୨୫ଟି ପଦ ଖାଲି ରହିଛି । ପ୍ରଥମ ପଦ ପାଇଁ ପ୍ରାର୍ଥୀ ଏନଟିସି / ଏନଏସି/ ଆଇଟିଆଇ ପାସ କରିଥିବା ଆବଶ୍ୟକ । ସେହିପରି ଦ୍ୱିତୀୟ ପଦ ପାଇଁ ପ୍ରାର୍ଥୀ ସର୍ବଭାରତୀୟ ବୈଷିୟକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ / ବୋର୍ଡ/ ୟୁନିଭରସିଟିରୁ ଡିପ୍ଲୋମା / ବି.ଇ/ ବି.ଟେକ ପାସ୍ କରିଥିବା ଆବଶ୍ୟକ ।

ଏଟିଓ (ଏନଟିସି / ଏନଏସି ହୋଲଡର) ପ୍ରାର୍ଥୀଙ୍କୁ କୋପା, ଡ୍ରେସ ମେକିଂ, ଇଲେକ୍ଟ୍ରିସିଆନ, ଫିଟ୍ଟର, ଇନଷ୍ଟୁମେଣ୍ଟ ମେକାନିକ, ମେସିନିଷ୍ଟ, ପ୍ଲମ୍ବର, ଟର୍ଣ୍ଣର, ୱେଲଡର, ଟର୍ଣ୍ଣର ଆଦି ୧୬ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ସେହିପରି ଏଟିଓ (ଡିପ୍ଲୋମା / ଡିଗ୍ରୀ ହୋଲଡର) ପ୍ରାର୍ଥୀଙ୍କୁ କୋପା, ଡ୍ରଟସମ୍ୟନ ମେକାନିକାଲ, ଇଞ୍ଜିନିୟରିଂ ଡ୍ରଇଂ, ୱେୟାରମ୍ୟାନ, ଟର୍ଣ୍ଣର, ମେକାନିକ ମୋଟର ଭେହିକିଲ, ୱେଲଡର ଆଦି ୧୯ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

Get real time updates directly on you device, subscribe now.