fbpx

କାହିଁକି ପୁରୁଷଙ୍କ ଯୌନାଙ୍ଗରେ ହୋଇଥାଏ କର୍କଟ; କିପରି ନିଜକୁ ରଖିବେ ସୁରକ୍ଷିତ?

ଓଡ଼ିଶା ଭାସ୍କର: ଆଧୁନିକ ଜୀବନ ଶୈଳି, ଓ କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜର ଯତ୍ନନେବା ଭୁଲି ଗଲେଣି। ଅର୍ଥ ରୋଜଗାର କରିବା ଓ ନିଜର ଆଭିଜାତ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ମଣିଷ ନିଜ ଶରୀରର ଯତ୍ନ ନେବା ସତେ ଯେପରି ଭୁଲିଗଲେଣିଷ ଏହା ପୁଣି ପୁରୁଷମାନଙ୍କ କ୍ଷେତ୍ରରେ ଅଧିକ ଦେଖାଇଯାଇଥାଏ। ଏକ ଅଧିକାଂଶ ପୁରୁଷଙ୍କୁ ବର୍ତ୍ତମାନ ସେମାନଙ୍କ ଯୈନାଙ୍ଗରେ କ୍ୟାନସର ଦେଖାଦେଉଛୁ।

କାହିଁକି ପୁରୁଷଙ୍କ ଯୌନାଙ୍ଗରେ ହୋଇଥାଏ କର୍କଟ?
ସ୍ମେଗ୍ମା ହେଉଛି ସେହି ଧଳା ଜିନିଷ ଯାହା ପୁରୁଷ ମାନଙ୍କ ଲିଙ୍ଗ ଉପରେ ତିଆରି ହୋଇଥାଏ। ଏହା ମୃତ ଚର୍ମ କୋଷ, ଲିଙ୍ଗ ପାଖରେ ଥିବା ଗ୍ରନ୍ଥି ବା ଗ୍ଲାଣ୍ଡ୍ ରୁ ବାହାରୁଥିବା ପଦାର୍ଥ ମିଶି ତିଆରି ହେଇଥାଏ। ଆମେ ଏଠାରେ ଆପଣଙ୍କୁ ଏହା ଜଣାଇବାକୁ ଚାହିଁବୁ ଯେ ସ୍ମେଗ୍ମା ସିଧାସଳଖ କର୍କଟ ରୋଗ କରିନଥାଏ ବା ଏହା କାର୍ସିନୋଜେନ୍ ନୁହେଁ କିନ୍ତୁ ଏହା ରହିଲେ ସେଠାରେ ପ୍ରଦାହ ବା ଇନ୍ଫ୍ଲାମେସନ୍ କରି କର୍କଟ ରୋଗର ବିପଦ ବଢାଇଥାଏ।

ଏହାକୁ ସଫା କଲେ କଣ ଫାଇଦା ମିଳିବ?
୧. ଏହା ସେହି ସ୍ଥାନରେ ଅନେକ ବ୍ୟାକ୍ଟେରିଆଲ୍, ଫଙ୍ଗାଲ୍, ଏବଂ ଭାଇରାଲ୍ ଇନ୍ଫେକ୍ସନ୍ ରୁ ବଞ୍ଚାଇଥାଏ ଯାହା ବାଲାନାଇଟିସ୍ ଏବଂ ପୋସ୍ଥାଇଟିସ୍ ଇତ୍ୟାଦି ହେବାକୁ ଦେଇ ନଥାଏ।
୨. ସଂଗୃହିତ ସ୍ମେଗ୍ମା ଏକ ଅପ୍ରୀତିକର ଦୂର୍ଗନ୍ଧରେ ସହାୟକ ହେଇପାରେ। ଏହାକୁ ସଫା କଲେ ଏହି ଦୂର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଆପଣଙ୍କ ବ୍ୟକ୍ତିଗତ ସ୍ବଚ୍ଛତା।
୩. କେତେକ କ୍ଷେତ୍ରରେ ସ୍ମେଗ୍ମା ଜମି ରହିଲେ ଅନେକ କମ୍ପ୍ଲିକେସନ୍ ବା ଜଟୀଳତା ସୃଷ୍ଟି କରିପାରେ ଯେପରିକି ଫେରସ୍କିନ୍ ଏବଂ ଗ୍ଲାନ୍ସ୍ ମଧ୍ୟରେ ଆଢେସନ୍, ଫାଇମୋସିସ୍ ଇତ୍ୟାଦି। ନିୟମିତ ସଫା କରିଲେ ଏଭଳି ଜଟୀଳତା ରୁ ବଞ୍ଚିପରିବେ।
୪. ଏହାକୁ ସଫା କଲେ ଆପଣଙ୍କ ପରିସ୍ରା ରେ ଇନ୍ଫେକ୍ସନ୍ ହେବାର ସମ୍ଭାବନା କମିଯାଇଥାଏ।
୫. ଉତ୍ତମ ଯୌନ ଜୀବନ ପାଇଁ ଯୌନାଂଗ ସ୍ବଚ୍ଛତା ଗୁରୁତ୍ୱପୂର୍ଣ୍ଣ। ଯୌନାଂଗ କୁ ସ୍ୱଚ୍ଛ ରଖିଲେ ଯୌନ ସଂକ୍ରମଣ ହେବାର ଆଶଙ୍କା ଉଭୟ ଅଂଶୀଦାର ଙ୍କ ପାଇଁ କମିଯାଇଥାଏ।

ଏହାକୁ ସଫା କେମିତି କରିବେ?
ଆପଣଙ୍କ ଫେରସ୍କିନ୍ କୁ ପୁରା ତଳକୁ କରି ସବୁ ସ୍ମେଗ୍ମା ଭଲ ଭାବରେ ସଫା କରନ୍ତୁ। ଯଦି କୌଣସି ଅସୁବିଧା ହେଉଛି ତାହେଲେ ଜଣେ ଶଲ୍ୟ ବିଭାଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

Get real time updates directly on you device, subscribe now.