fbpx
BJD SKY
BJD SKY

ଟ୍ୱିଟର ଉପହାର ! ଏଣିକି ୧୦ ହଜାର ଅକ୍ଷରରେ ଆପଣ ଟ୍ୱୁଟ୍ କରିପାରିବେ

BJD

ନୂଆଦିଲ୍ଲୀ : ଏଲନ୍ ମସ୍କ ଟ୍ୱିଟରରେ ଉନ୍ନତି ଆଣିବାକୁ କ୍ରମାଗତ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଟ୍ୱିଟରର ବିଷୟବସ୍ତୁ ନୀତିରେ ଏକ ବଡ ପରିବର୍ତ୍ତନ କରାଯାଇଛି। ନୂତନ ପରିବର୍ତ୍ତନ ପରେ, ବର୍ତ୍ତମାନ ଟ୍ୱିଟର ବ୍ୟବହାରକାରୀମାନେ ୨୮୦ ନୁହେଁ, ୧୦,୦୦୦ ଅକ୍ଷରରେ ଟ୍ୱିଟ୍ କରିବାକୁ ସମର୍ଥ ହେବେ। କେବଳ ସେତିକି ନୁହେଁ, ଟ୍ୱିଟରରେ ବୋଲ୍ଡ ଏବଂ ଇଟାଲିକ୍ ଟେକ୍ସଟ୍ ଫର୍ମାଟିଂ ସହିତ ୧୦,୦୦୦ ଅକ୍ଷରର ଟ୍ୱିଟ କରିବାକୁ ୟୁଜର୍ସ ସମର୍ଥ ହେବେ । ଅବଶ୍ୟ ଏହି ସେବା କେବଳ ସେହି ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଟ୍ୱିଟର ବ୍ଲୁ କୁ ସବସ୍କ୍ରାଇବ କରିଛନ୍ତି ।

ଏନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ଟ୍ୱିଟରରେ ଅକ୍ଷର ସୀମା ବୃଦ୍ଧି ଯୋଗୁଁ ଲୋକମାନେ ବର୍ତ୍ତମାନ ନିଜ ଭାବନାକୁ ଉତ୍ତମ ଏବଂ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ସମର୍ଥ ହେବେ। ଏଥି ସହିତ ଲମ୍ବା ବିଷୟ ବସ୍ତୁ ଟ୍ୱିଟ୍ କରିବା ପରେ ଲୋକଙ୍କୁ ଅକ୍ଷର ସୀମାର ସମାପ୍ତି ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ ।

ସୂଚନାଯୋଗ୍ୟ,ଏଲନ୍ ମସ୍କ ନିଜେ ମାର୍ଚ୍ଚରେ ଘୋଷଣା କରିଥିଲେ ଯେ ସେ ଶୀଘ୍ର ଟ୍ୱିଟରରେ ପରିବର୍ତ୍ତନ ହେବ । ଟ୍ୱିଟର ଅକ୍ଷର ସୀମାକୁ ୧୦,୦୦୦ କୁ ବୃଦ୍ଧି କରାଯିବ। କିନ୍ତୁ ସେତେବେଳେ ଟ୍ୱୁଟର ଏତେ ସବୁ ପିଚର ବିଷୟରେ ପ୍ରକାଶ କରାଯାଇନଥିଲା । କିନ୍ତୁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ କେବଳ ବ୍ଲୁ ସବସ୍କ୍ରାଇବର ମାନେ ହିଁ ଏହି ସବୁ ସୁବିଧା ପାଇବା ପାଇଁ ସକ୍ଷମ ହେବେ ।

Get real time updates directly on you device, subscribe now.