fbpx

IPL-2023ରେ ପୁରୁଣା ଖେଳାଳିଙ୍କ ଦବଦବା: ନୂଆ ଅନ୍ଦାଜରେ ୪ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜନ୍ ଅନେକ ଖେଳାଳିଙ୍କ କ୍ୟାରିୟରରେ ବଡ ପରିବର୍ତ୍ତନ ଆଣିଛି । ଯୁବ ପ୍ରତିଭାଙ୍କ ପାଇଁ ଏହା ଏକ ବଡ ମଞ୍ଚ ବୋଲି କୁହାଯାଉଥିବା ବେଳେ ଚଳିତବର୍ଷ ଅନେକ ବରିଷ୍ଠ ଖେଳାଳି ନିଜ ଜଲୱା ଦେଖାଉଛନ୍ତି । ଖରାପ ଫର୍ମ ଏବଂ ଫିଟନେସ ଯୋଗୁଁ ଟିମ ଇଣ୍ଡିଆରୁ ବାଦ୍ ପଡିଥିବା ଏହି ଖେଳାଳି ପୁଣିଥରେ ଦଳକୁ କମବ୍ୟାକ କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି । ତେବେ ଟୁର୍ଣ୍ଣାମେଣ୍ଟରେ ବିଶେଷ କରି ଭାରତୀୟ ଦଳର ୪ ଜଣ ଖେଳାଳିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

CSK is like a family: Ajinkya Rahane

ଅଜିଙ୍କ୍ୟା ରାହାଣେ: ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ତରଫରୁ ବ୍ୟାଟ ଉଠାଇଛନ୍ତି ଭାରତୀୟ ଦଳର ପୂର୍ବତନ ଉପଅଧିନାୟକ ଅଜିଙ୍କ୍ୟା ରାହାଣେ । ଖରାପ ଫର୍ମ ଯୋଗୁଁ ସେ ଦୀର୍ଘ ବର୍ଷେରୁ ଅଧିକ ସମୟ ହେଲା ଭାରତୀୟ ଟେଷ୍ଟ ଦଳରୁ ବାଦ୍ ପଡିଛନ୍ତି । ଏହାର ବହୁ ପୂର୍ବରୁ ସେ ସୀମିତ ଓଭର ଖେଳରୁ ନିଜ ନାମ ହଜି ଯାଇଛି । କିନ୍ତୁ ଆଇପିଏଲରେ ଚେନ୍ନାଇ ପକ୍ଷରୁ ସେ ଦମଦାର ପ୍ରଦର୍ଶନ କରିଛନ୍ତି । ରାହାଣେଙ୍କ ପ୍ରଦର୍ଶନ ଦେଖି ଲୋକ କହୁଛନ୍ତି ଯେ, ଏ ହେଉଛନ୍ତି ରାହାଣେ ୨.୦ । ଏହି ସିଜନରେ ତାଙ୍କର ନୂଆ ଅନ୍ଦାଜ ପୁଣିଥରେ ଭାରତୀୟ ଦଳକୁ ଫେରିବା ପାଇଁ ରାସ୍ତା ଫିଟାଇ ଦେଉଛି ।

Mens Team | IPLT20

ଅମିତ ମିଶ୍ରା: ଟିମ ଇଣ୍ଡିଆର ପୂର୍ବତନ ଲେଗ୍ ସ୍ପିନର ଅମିତ ମିଶ୍ରା ଆଇପିଏଲରେ ଅନେକ ଚମତ୍କାର କରିଛନ୍ତି । ଏକମାତ୍ର ବୋଲର ଭାବରେ ୩ଥର ହାଟ୍ରିକ ୱିକେଟ ହାସଲ କରିଛନ୍ତି ଅମିତ । ୪ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ସେ ଲକ୍ଷେ୍ନø ସୁପର ଜିଆଣ୍ଟସ ପକ୍ଷରୁ ଖେଳୁଥିବା ବେଳେ ଦମଦାର ପ୍ରଦର୍ଶନ କରିଛନ୍ତି । ୨ଟି ମ୍ୟାଚରେ ୭ରୁ କମ୍ ଇକୋନୋମୀରେ ସେ ୩ଟି ୱିକେଟ ହାସଲ କରି ସାରିଛନ୍ତି ।

IPL 2023: After spinning his side to victory, Piyush Chawla says 'Leg spinners are a wicket-taking option', Follow IPL 2023 Live Updates

ପିୟୁଷ ଚାୱଲା: ୩୪ ବର୍ଷୀୟ ଲେଗ୍ ସ୍ପିନର ପିୟୁଷ ଚାୱଲା ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି । ଏହାବ୍ୟତୀତ ତାଙ୍କୁ କମେଣ୍ଟ୍ରି ପ୍ୟାନେଲରେ ମଧ୍ୟ ଦେଖିବାକୁ ମିଳିଥିଲା । ୨୦୨୧ରେ ଗୋଟିଏ ମ୍ୟାଚ ଖେଳିଥିବା ପରେ ଚଳିତବର୍ଷ ମୁମ୍ବାଇ ପକ୍ଷରୁ ୩ ମ୍ୟାଚରୁ ୪ ୱିକେଟ ହାସଲ କରିଛନ୍ତି ।

IPL 2023: PBKS captain Shikhar Dhawan becomes new Orange Cap holder -  Punjab Kings

ଶିଖର ଧୱନ: ଏହି ତାଲିକାରେ ଟିମ ଇଣ୍ଡିଆର ଗବର ମଧ୍ୟ ସାମିଲ ରହିଛନ୍ତି । ଏକଦା ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିବା ବେଳେ ପରେଧୱନ ଦଳରେ ସ୍ଥାନ ହାସଲ କରିବା ପାଇଁ ସଂଘର୍ଷ କରୁଛନ୍ତି । କିନ୍ତୁ ଚଳିତବର୍ଷ ଆଇପିଏଲରେ ତାଙ୍କ ପ୍ରଦର୍ଶନ ପୁଣିଥରେ ବିଶ୍ୱକପ ଟିକେଟ ଦେଇପାରେ । କେ.ଏଲ ରାହୁଲଙ୍କ ଖରାପ ଫର୍ମ ଯୋଗୁଁ ଆସନ୍ତା ଦିନିକିଆ ବିଶ୍ୱ ଦଳରେ ପୁଣିଥରେ ଧୱନଙ୍କୁ ନେଇ ଚିନ୍ତା କରିପାରେ ବିସିସିଆଇ ।

Get real time updates directly on you device, subscribe now.