fbpx
BJD SKY
BJD SKY

(video) ମା’ ଠାରୁ ବଡ ଯୋଦ୍ଧା କେହି ନାହିଁ ; ଛୁଆ ପାଇଁ କୁମ୍ଭୀର ଉପରକୁ ଡେଇଁଲା ହାତୀ , କୁମ୍ଭୀରର ଏଭଳି ଅବସ୍ଥା ପୂର୍ବରୁ କେବେ ଦେଖିନଥିବେ…

BJD

ନୂଆଦିଲ୍ଲୀ : କୁହାଯାଏ ମା’ ଠାରୁ ବଡ ଯୋଦ୍ଧା କେହି ନାହିଁ । ଦୁନିଆରେ ଜଣେ ମା’ ଠାରୁ ଅଧିକ ଶକ୍ତିଶାଳୀ କେହି ହୋଇପାରିବ ନାହିଁ । ଜଣେ ମା ହିଁ ନିଜ ପିଲାକୁ ମୃତ୍ୟୁ ମୁଖରୁ ଟାଣିଆଣେ । ପିଲା ପାଇଁ ସବୁ ବିପଦ ସାମ୍ନା କରିପାରେ । ଟ୍ୱିଟରରେ ଏକ ଭିଡିଓ ସେୟାର ହୋଇଛି , ଯେଉଁଥିରେ କେବଳ ମା’ ର ମମତା ନୁହେଁ, ଛୁଆ ପାଇଁ ମା’ ର ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଛି ।

ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଟ୍ୱିଟରରେ ସେୟାର କରିଛନ୍ତି। ଏହି ଭିଡିଓରେ କୁମ୍ଭୀର ଓ ହାତୀ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି ।

 

ଭିଡିଓରେ ଦେଖିବାକୁ ମିଳିଛି ଯେ, ଶିଶୁ ହାତୀ ଏକ ଛୋଟ ଜଳଭଣ୍ଡାର ବା ଏକ ଗଡିଆ ଭିତରକୁ କ୍ଷୁବ୍ଧା ମେଣ୍ଟାଇବାକୁ ଯାଇଥିଲା । ଛୁଆ ହାତୀ ଜାଣିନଥିଲା ଯେ, ଗଡିଆରେ କୁମ୍ଭୀର ତାକୁ ଅପେକ୍ଷା କରି ରହିଛି । କିନ୍ତୁ ଏକଥା ତା ମା’ ହାତୀ ଜାଣିଥିଲା । କୁମ୍ଭୀରଟି ଛୁଆ ହାତୀକୁ ଆକ୍ରମଣ କରିବା ମାତ୍ରେ ମା’ ହାତୀ ତା ଉପରକୁ ଲମ୍ପ ମାରିଥିଲା । ଗଡିଆ ଭିତରେ କୁମ୍ଭୀରର ଅବସ୍ଥା ଖରାପ କରି ଦେଇଥିଲା ହାତୀ । ଶେଷରେ ହାର ମାନି କୁମ୍ଭୀର ଡରିକି ସେଠାରୁ ପଳାଇଲା । କୁମ୍ଭୀର–ହାତୀର ଏହି ଲଢେକୁ ୟୁଜର୍ସ ବହୁତ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.