fbpx

ଅପହରଣ ମାମଲାରେ ପିଲାଙ୍କ ସ୍ୱରକୁ ନକଲ କରିବାରେ ସାହାଯ୍ୟ କରୁଛି AI: ମହିଳାଙ୍କ ଦାବି

ନୂଆଦିଲ୍ଲୀ: ଆମେରିକାର ଆରିଜୋନାରେ ରହୁଥିବା ଜଣେ ମହିଳା ଦାବି କରିଛନ୍ତି ଯେ, ନକଲି ଅପହରଣ ମାମଲାରେ ନିଜ ଝିଅର ସ୍ୱରକୁ କ୍ଲୋନ୍ କରିବା ପାଇଁ ସ୍କାମରମାନେ ଏଆଇକୁ ବ୍ୟବହାର କରିଛନ୍ତି । ସେ କହିଛନ୍ତି ଯେ, ମୁଁ ୧୦୦ ପ୍ରତିଶତ ବିଶ୍ୱାସ କରୁଛି କି ଏଆଇ ଭଏସ୍ କ୍ଲୋନକୁ ଅପରାଧୀମାନେ ଝିଅର ଅପହରଣ ଉଦ୍ୟମରେ ବ୍ୟବହାର କରିଥିଲେ ।

ସୂଚନା ମୁତାବକ, ଆରିଜୋନାରୁ ଜେନିଫର୍ ଡିଷ୍ଟେଫାନୋ ନାମକ ମହିଳାଙ୍କୁ ଏକ ଅଜଣା ନମ୍ବରରୁ ଏକ ଫୋନ୍ ଆସିଥିଲା । ଫୋନ୍ ଉଠାଇବା ପରେ ଅନ୍ୟପଟରୁ ନିଜ ଝିଅର କାନ୍ଦ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ତାଙ୍କର ୧୫ ବର୍ଷୀୟ ଝିଅ ବ୍ରି ସ୍କିି ଆଉଟିଂରେ ଥିବା ସମୟରେ ଏହି ଫୋନ୍ କଲ୍ ଆସିଥିଲା ।

ସୌଭାଗ୍ୟବଶତଃ ଡିଷ୍ଟେଫାନୋଙ୍କୁ ଲାଗିଲା କି ତାଙ୍କ ଝିଅର ଅପହରଣ ହୋଇନାହିଁ । ଆଉ ଏକ ଝିଅର ମା’ ଏହି ଘଟଣାକୁ ସ୍ପଷ୍ଟ କରିବା ସହ ବ୍ରି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାଇଥିଲେ । ପରେ ଜଣାପଡିଲା କି ସ୍କାମରମାନେ ୧୫ ବର୍ଷୀୟ ଝିଅର ସ୍ୱରକୁ କ୍ଲୋନ୍ କରିବା ପାଇଁ ଏଆଇର ବ୍ୟବହାର କରିଥିଲେ ।

ତେବେ ଡିଷ୍ଟେଫାନୋଙ୍କୁ ଆସିଥିବା ଫୋନରେ ଯେଉଁ ସ୍ୱର ଶୁଣାଯାଇଥିଲା, ତାହା ୧୦୦ ପ୍ରତିଶତ ନିଜ ଝିଅ ବ୍ରିଙ୍କ ସ୍ୱର ମିଶିଯାଉଥିବା ସେ କହିଛନ୍ତି । ଏହା ସହ ଠକମାନେ ଏହି ମିଛ ଅପହରଣ ମାମଲାରେ ଡିଷ୍ଟେଫାନୋଙ୍କ ଠାରୁ ୧ ମିଲିୟନ୍ ଟଙ୍କା ଦାବି କରୁଥିଲେ । କିନ୍ତୁ ଡିଷ୍ଟେଫାନୋ ନିଜ ସ୍ୱାମୀଙ୍କୁ ଫୋନ କରି ଏବିଷୟରେ ସୁନିଶ୍ଚିତ ହୋଇଥିଲେ କି ତାଙ୍କ ଝିଅ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ।
ଘଟଣା ସମ୍ପର୍କରେ ଖବର ମିଳିବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । ଯାଞ୍ଚରୁ ଜଣାପଡିଲା କି, ସ୍କାମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଏସ୍ କ୍ଲୋନ ଟେକ୍ନୋଲୋଜି ବ୍ୟବହାର କରିଥିଲା, ଯାହା ନିକଟ ଅତୀତରେ ଲୋକଙ୍କ ସ୍ୱରକୁ ନକଲ କରିବାରେ ଅଧିକ ଦକ୍ଷ ହୋଇପାରିଛି ।

Get real time updates directly on you device, subscribe now.