fbpx

ସକାଳୁ ଏଲନ୍ ଙ୍କ ବଡ଼ ଧମାକା: ଟ୍ୱିଟର ଲୋଗୋ ରୁ ହଟିଲା ନୀଳ ପକ୍ଷୀ, Doge ଏବେ ନୂଆ ଲୋଗୋ

ନୂଆଦିଲ୍ଲୀ : ଟ୍ୱିଟର ସିଇଓ ଏଲନ୍ ମସ୍କ ଯେବେ ଠାରୁ ଟ୍ୱିଟରର ମାଲିକାନା ତାଙ୍କ ହାତକୁ ନେଲେଣି ସେବେ ଠାରୁ ପ୍ରତିଥର କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଉ ସେ ତାଙ୍କର ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ପାଇଁ ଜଣାଶୁଣା । ଏବଂ ଆଜି ସକାଳେ ଲୋକମାନେ ଟ୍ୱିଟର ରେ ଆଉ ଏକ ବଡ ପରିବର୍ତ୍ତନ ଦେଖିଛନ୍ତି । ଏଥର ଏଲନ୍ ମସ୍କ ଟ୍ୱିଟରର ଆଇକନ୍ ବ୍ଲୁ-ପକ୍ଷୀ ଲୋଗୋକୁ ହଟାଇ ଉପଭୋକ୍ତାମାନଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

ଟ୍ୱିଟରର ପୃଷ୍ଠା ପରିଦର୍ଶନ କରିବା ପରେ ଲୋକମାନେ ଟ୍ୱିଟରର ଲୋଗୋ ବଦଳରେ Doge ଙ୍କ ଛବି ଦେଖିଥିଲେ । ଅବଶ୍ୟ, ଏହି ପରିବର୍ତ୍ତନ ବର୍ତ୍ତମାନ ଟ୍ୱିଟରର ୱେବ୍ ପୃଷ୍ଠାରେ ଅଛି ଏବଂ ଉପଭୋକ୍ତାମାନେ ବର୍ତ୍ତମାନ ଟ୍ୱିଟର ମୋବାଇଲ୍ ଆପରେ କେବଳ ବ୍ଲୁ ବାର୍ଡ ଦେଖୁଛନ୍ତି । ଟ୍ୱିଟରର ହୋମ ବଟନ୍ ଭାବରେ ଦେଖାଯାଉଥିବା ନୀଳ ପକ୍ଷୀ ବଦଳରେ ଉପଭୋକ୍ତାମାନେ ବର୍ତ୍ତମାନ Doge ଚିତ୍ର ଦେଖୁଛନ୍ତି ଏବଂ ଏହି ପରିବର୍ତ୍ତନ ମାତ୍ର କିଛି ଘଣ୍ଟା ପୂର୍ବରୁ ଘଟିଛି ।

ଏହି ପରିବର୍ତ୍ତନ ପରେ, ଏଲନ୍ ମସ୍କ ଏକ ମଜାଦାର ପୋଷ୍ଟ ମଧ୍ୟ ସେୟାର କରିଥିଲେ ଏବଂ ଏକ ମଜାଦାର ଟ୍ୱିଟ୍ ସେୟାର କରି Doge ମିମ୍ ତାଙ୍କ ଆକାଉଣ୍ଟରେ ସେୟାର କରିଥିଲେ ।ଏଥିରେ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରୁଥିବା ଜଣେ ପୋଲିସ ଅଧିକାରୀ ଟ୍ୱିଟରର ବ୍ଲୁ ବାର୍ଡ ଏବଂ Doge କାରରେ ବସିଥିବାର ଚିତ୍ରରେ କହୁଛନ୍ତି ଯେ ଏହା ଏକ ପୁରୁଣା ଚିତ୍ର।

ସୂଚନାମୁତାବକ ଡୋଜ୍ ପ୍ରତିଛବି ହେଉଛି ଶିବୁ ଇନୁ ଏବଂ ଡୋଜକଏନ୍ ବ୍ଲକ୍ ଚେନ୍ ଏବଂ କ୍ରିପ୍ଟୋକରେନ୍ସିର ଲୋଗୋ। ୨୦୧୩ ରେ କ୍ରିପ୍ଟୋକ୍ୟୁରେନ୍ସି ଭାବେ ସାମ୍ନାକୁ ଆସିଥିଲା।

Get real time updates directly on you device, subscribe now.