fbpx
BJD SKY
BJD SKY

ଦୁଇଟି ବ୍ୟାଙ୍କର ବଡ଼ ଘୋଷଣା: ସ୍ଥାୟୀ ଜମାରେ ମିଳିବ ୮ ପ୍ରତିଶତ ସୁଧ, ୩୧ ତାରିଖ ପର୍ଯ୍ୟନ୍ତ ରହିଛି ଅଫର

BJD

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଭଲ ନିବେଶ ସନ୍ଧାନରେ ରହିଥାନ୍ତି । ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ମଧ୍ୟ ନୂଆ ନୂଆ ଅଫର ଲଞ୍ଚ କରିଥାନ୍ତି । ବିଶେଷ କରି ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଏହି ଅବସରରେ ବିଭିନ୍ନ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଢ଼ିଆ ଅଫର ସବୁ ଆଣିଛନ୍ତି । ଏଥିରେ ନିବେଶ କରି ଆପଣମାନେ ଉଚ୍ଚ ହାରରେ ସୁଧ ପାଇ ପାରିବେ ।

ତେବେ ଦେଶର ଦୁଇଟି ପ୍ରମୁଖ ପବ୍ଲିକ ସେକ୍ଟର ବ୍ୟାଙ୍କ ନିକଟରେ ଏକ ବଡ଼ ଘୋଷଣା କରିଥିଲେ । ଇଣ୍ଡିଆନ ବ୍ୟାଙ୍କ ଓ ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସ୍ପେଶାଲ ସ୍ଥାୟୀ ଜମା (ଏଫଡି) ଲଞ୍ଚ କରାଯାଇଥିଲା । ଉକ୍ତ ଅଫର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୈଧ ରହିଛି । ଏହି ତାରିଖ ପରେ ଗ୍ରାହକମାନେ ନିବେଶ କରିବାକୁ ଏହି ସୁଯୋଗ ପାଇ ପାରିବେ ନାହିଁ । ତେଣୁ ବେଳ ଥାଉଥାଉ ଗ୍ରାହକମାନେ ଏହି ସ୍ପେଶାଲ ଏଫଡିରେ ନିବେଶ କରି ଅଧିକ ସୁଧ ପାଆନ୍ତୁ ।

ଇଣ୍ଡିଆନ ବ୍ୟାଙ୍କର ସ୍ପେଶାଲ ଏଫଡିକୁ ‘ଇଣ୍ଡ ସୁପର ୪୦୦ ଡେଜ ଏଫଡି ସ୍କିମ’ କୁହାଯାଉଛି । ଏଥିରେ ଆପଣ ୧୦ ହଜାରରୁ ଆରମ୍ଭ କରି ୨ କୋଟି ପର୍ଯ୍ୟନ୍ତ ନିବେଶ କରିପାରିବେ । ଏହି ଅବଧି ପାଇଁ ସାଧାରଣ ଗ୍ରାହକଙ୍କୁ ୭.୨୫ ଓ ବରିଷ୍ଠ ନାଗରିକଙ୍କୁ ୭.୭୫ ପ୍ରତିଶତ ସୁଧ ମିଳିବ । ସେହିପରି ଅତି ବରିଷ୍ଠ ନାଗରିକଙ୍କୁ ଏଥିରେ ୮ ପ୍ରତିଶତ ଉଚ୍ଚ ସୁଧ ପ୍ରଦାନ କରାଯିବ ।

ଆଇଡିବିଆଇ ବ୍ୟାଙ୍କ ୩୭୫ ଓ ୪୪୪ ଦିନିଆ ଦୁଇଟି ସ୍ପେଶାଲ ଏଫଡି ଲଞ୍ଚ କରିଥିବା ବେଳେ ତାହା ଆସନ୍ତା ୩୧ ପରେ ଆଉ ଉପଲବ୍ଧ ହେବ ନାହିଁ । ପ୍ରଥମ ଏଫଡିରେ ସାଧାରଣ ଗ୍ରାହକଙ୍କୁ ୭.୧୦ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୭.୬୦ ପ୍ରତିଶତ ସୁଧ ମିଳିବ । ସେହିପରି ଦ୍ୱିତୀୟ ଏଫଡିରେ ସାଧାରଣ ଗ୍ରାହକଙ୍କୁ ୭.୧୫ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୭.୬୫ ପ୍ରତିଶତ ସୁଧ ମିଳିବ ।

Get real time updates directly on you device, subscribe now.