fbpx

କଟକରେ ୨ଟି ପଞ୍ଚାୟତ ସିଲ୍

କଟକ, ୬ା୪(ଓଡ଼ିଶା ଭାସ୍କର): କଟକ ସାଲେପୁର ଓ ନିଶ୍ଚିତକୋଇଲି ବ୍ଲକର ୨ଟି ପଞ୍ଚାୟତକୁ ଆଜି ସିଲ୍ କରାଯାଇଛି । ଜୟରାମପୁର ପଞ୍ଚାୟତକୁ ସମ୍ପୂର୍ଣ୍ଣ ସିଲ୍ କରିଛି ପୋଲିସ । ସେହିପରି ମିର୍ଜାପୁର ପଞ୍ଚାୟତର ୧୨ ଓ ୧୩ ନମ୍ବର ୱାର୍ଡ଼ ସିଲ୍ ହୋଇଛି । ମାର୍ଚ୍ଚ ୨୧ରେ ଯାଜପୁର କରୋନା ସଂକ୍ରମିତ ଏହି ଅଞ୍ଚଳକୁ ଆସିଥିଲେ ।
ଦିନକୁ ଦିନ କରୋନା ପାଇଁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୯ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସତର୍କତାକୁ ଦୃଷ୍ଟିରେ ରଖି କରୋନା ଚିହ୍ନଟ ହୋଇଥିବା ସ୍ଥାନକୁ ସିଲ୍ କରାଯାଉଛି ।

Get real time updates directly on you device, subscribe now.