fbpx

୮ ବର୍ଷୀୟ ନାବାଳିକା ଗଣଦୁର୍ଷ୍କମ ମାମଲା: ୨ ଦୋଷୀ ଦଣ୍ଡିତ, ୨ ଖଲାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତିର୍ତ୍ତୋଲ ନାବାଳିକା ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ପକ୍ଷରୁ ଶୁଣାଣି କରାଯାଇଛି । ଏହି ମାମଲାରେ ଦୁଇ ଦୁଷ୍କର୍ମକାରୀଙ୍କୁ କୋର୍ଟ ଫାଶିଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଆଉ ଦୁଇଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୪ ମସିହାରେ ତିର୍ତ୍ତୋଲ ଅଞ୍ଚଳରେ ଏହି ଗଣଦୁଷ୍କର୍ମ ମାମଲା ଘଟିଥିଲା । ଜଗତସିଂହପୁର ଜିଲ୍ଲା ପକ୍ସୋ କୋର୍ଟଙ୍କ ପକ୍ଷରୁ ଏହି ଶୁଣାଣି କରାଯାଇଛି ।

ଦୋଷୀ ସାବ୍ୟସ୍ତ ହୋଇଥିବା ସେକ ଆସିଫ ଓ ସେକ ଅକିଲଙ୍କୁ ଫାଶିଦଣ୍ଡରେ ଦଣ୍ଡିତ କରାଯାଇଛି । ଅନ୍ୟପକ୍ଷରେ ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଖଲାସ କରିଦେଇଛନ୍ତି । ୮ ବର୍ଷୀୟ ନାବାଳିକାଙ୍କୁ ଅଭିଯୁକ୍ତମାନେ ଉଠାଇ ନେଇ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ । ତେବେ ଦୀର୍ଘ ୮ ବର୍ଷ ପରେ ପୀଡ଼ିତାଙ୍କ ପରିବାରଙ୍କୁ ଏବେ ନ୍ୟାୟ ମିଳିଛି ।

ସେହିପରି ଚାରିବର୍ଷ ପୂର୍ବେ ଅର୍ଥାତ ଗତ ୨୦୧୮ ମସିହାରେ ମଧ୍ୟ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ଏପରି ଘଟିଥିଲା । ଗାଁ ଦାଣ୍ଡରେ ଖେଳୁଥିବା ବେଳେ କିଛି ଦୁର୍ବୃତ୍ତ ନାବାଳିକାଙ୍କୁ ଚକୋଲେଟର ଲୋଭ ଦେଖାଇ ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ସେମାନେ ନାବାଳିକଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ ପାଇଁ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାରୋକ କରିଥିଲେ । ଉକ୍ତ ମାମଲାରେ ମଧ୍ୟ କୋର୍ଟ ଅଭିଯୁକ୍ତଙ୍କୁ ଫାଶିଦଣ୍ଡରେ ଦଣ୍ଡିତ କରିଥିଲେ ।

Get real time updates directly on you device, subscribe now.