fbpx

ବହୁତ ଶୀଘ୍ର ଆମେରିକା ପ୍ରସ୍ତୁତ କରିପାରେ କରୋନା ମୁକାବିଲା ନେଇ ଦୁଇଟି ଟିକା!

ୱାଶିଂଟନ୍, ୪ା୯: ବର୍ତ୍ତମାନ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଭ୍ୟାକସିନ ଦ୍ୱାରା ହିଁ କରୋନା ମୁକାବିଲା କରିବା ସମ୍ଭବ ହୋଇପାରିବ । ଯେଉଁଥି ପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ କାମ କରୁଛନ୍ତି । କିନ୍ତୁ ଏହାରି ମଧ୍ୟରେ ଏକ ଆଶ୍ୱସ୍ତି କର ଖବର ସାମ୍ନାକୁ ଆସିଛି । ଆମେରିକୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଜନସ୍ୱାସ୍ଥ୍ୟ ସଂସ୍ଥା କହିଛି ଯେ ଅକ୍ଟେବାର କିମ୍ବା ନଭେମ୍ବର ମାସ ସୁଦ୍ଧା କରେନା ମୁକାବିଳା କରିବା ପାଇଁ ଦୁଇଟି ଟିକା ପ୍ରସ୍ତୁତ ହୋଇଯିବାର ସମ୍ଭାବନା ରହିଛି ।

ପ୍ରକାଶଯୋଗ୍ୟ ଯେ ଗତ ସପ୍ତାହରେ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ସିଡ଼ିସି ଏ ଓ ବି ନାମରେ ଟିକା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇଥିଲା । ଯେମିତିକି ଟିକା ଆବିଷ୍କାରର ସମୟ, ଏହାକୁ କେତେ ତାପମାତ୍ରାରେ ରଖିବା ଉଚିତ । ଏହା ମୋର୍ଡ଼ନା ଓ ଫାଇଜର କମ୍ପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଟିକା ମାନଙ୍କ ସହ ପାଖାପାଖି ସମାନ ବୋଲି ସୂଚନା ରହିଛି ।

 

Get real time updates directly on you device, subscribe now.