fbpx

ଭୂମିରୁ ହଜାରେ ଫୁଟ ତଳେ ରହିଛି ଦୁନିଆର ସବୁଠାରୁ ସୁନ୍ଦର ଗାଁ

ସାଧାରଣତଃ ଆପଣ ଅନେକ ଗାଁ ବିଷୟରେ ଶୁଣିଥିବେ ବା ପଢିଥିବେ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ସୁନ୍ଦର ଗାଁ ଭୂମିର ୩୦୦୦ ଫୁଟ ତଳେ ରହିଛି । ବିଶ୍ୱାସ ନ ହେଉଥିଲେ ବି କଥା ଟି ସତ । ଏହି ଗାଁର ନାମ ହେଉଛି ସୁପାଇ । ଏହି ଗାଁକୁ ଦେଖିବା ପାଇଁ ବିଶ୍ୱରୁ ପ୍ରାୟ ୫୫ ଲକ୍ଷ ଏରିଜୋନା ଯାଆନ୍ତି ।

ତେବେ ହଭାସୁ କ୍ୟାନିୟନ ନିକଟସ୍ଥ ‘ସୁପାଇ’ ନାମରେ ଏକ ପୁରାତନ ଗାଁ ଅଛି । ଏହି ଗାଁର ମୋଟ ଜନସଂଖ୍ୟା ୨୦୮ । କୁହାଯାଏ କି, ଏହି ଲୋକମାନେ ଭୂମି ପୃଷ୍ଠରେ ନୁର୍ଡ, ବରଂ ୩୦୦୦ ଫୁଟ ତଳ ଅଣ୍ଡର ଗ୍ରାଉଣ୍ଡ କ୍ୟାନିୟନରେ ରୁହନ୍ତି । ଆଜିବି ସେଠାକୁ ଚିଠି ନେଇ ପୋଷ୍ଟମ୍ୟାନ ଆସିଥାନ୍ତି, କିନ୍ତୁ ତାଙ୍କୁ ଅନେକ ଲମ୍ବା ରାସ୍ତା ଯିବରାକୁ ପଡିଥାଏ ।

କେବେଳ ଏତିକି ନୁହେଁ, ଏଠାକୁ ପହଞ୍ଚିବାକୁ ହେଲିକାପ୍ଟର କିମ୍ବା ଖଚରର ବ୍ୟବହାର କରିବାକୁ ପଡିଥାଏ । ଆପଣ ପାଦରେ ଚାଲି ମଧ୍ୟ ସେଠାରେ ପହଞ୍ଚିପାରିବେ । ସେଠାରେ ଏକ ଡାକଘର, ଲଜ୍, ପ୍ରାଥମିକ ବିଦ୍ୟାଳୟ ଓ ତେଜରାତି ଦାକାନ ରହିଛି । ସେଠାକାର ଲୋକ ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରନ୍ତି । ଲୋକାମାନେ ବହୁଦୂର ସ୍ଥାନରୁ ସେମାନଙ୍କୁ ଭେଟିବାକୁ ଆସିଥାନ୍ତି ଓ ସେମାନଙ୍କ ରହଣୀ ଦେଖିବାକୁ ପସନ୍ଦ ମଧ୍ୟ କରନ୍ତି ।

Get real time updates directly on you device, subscribe now.