fbpx

ଖୋର୍ଦ୍ଧାରେ ଦୁଇ ହସ୍ପିଟାଲ ପାଇଁ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର, ୧୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ମଧ୍ୟରେ ଆଜି ଖୋର୍ଦ୍ଧାରେ ଦୁଇ କୋଭିଡ଼ ହସ୍ପିଟାଲ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଖୋର୍ଦ୍ଧାର ଜାମୁଝରି ଓ ଖୁଦୁପୁରରେ ଦୁଇଟି କୋଭିଡ଼ ହସ୍ପିଟାଲ ହେବ । ଦୁଇଟି ହସ୍ପିଟାଲ ପାଇଁ ସମ୍ ହସ୍ପିଟାଲ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଜଟଣୀ ବ୍ଲକର ଜାମୁଝରୀରେ ୫୦୦ଶଯ୍ୟାର ହସ୍ପିଟାଲ ହେବ । ସେହିପରି ଖୁଦୁପୁରରେ ୩୦୦ଶଯ୍ୟାର ହସ୍ପିଟାଲ ପାଇଁ ବୁଝମଣା ହୋଇଛି । ଏଠାରେ କରୋନା ପଜିଟିଭ ଓ ଲକ୍ଷଣ ଥିବା ରୋଗୀ ଚିକିତ୍ସିତ ହେବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.