fbpx
BJD SKY
BJD SKY

ଏମାନଙ୍କ ଭିତରେ ଚାଲିଛି କ’ଣ? ଦୁଇ କୁମ୍ଭୀରଙ୍କ ଏହି ଭିଡିଓ ଦେଖି ଦ୍ୱନ୍ଦ୍ୱରେ ୟୁଜର୍ସ

BJD

ନୂଆଦିଲ୍ଲୀ: ପଶୁ ପକ୍ଷୀଙ୍କର ଏମିତିରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ । କେବେ ସେମାନଙ୍କର କିଛି ମଜାଦାର ଭିଡିଓ ଥାଏ ତ ଆଉ କେବେ ସେମାନେ ଲଢେଇ କରୁଥିବାର ଭିଡିଓ ଇଣ୍ଟରନେଟରେ ଧୁମ ମଚାଇଥାଏ । ସେହିଭଳି ଏକ ଭିଡିଓ ଏବେ ପୋଷ୍ଟ କରିଛନ୍ତି ଭାରତୀୟ ବନବିଭାଗ ଅଧିକାରୀ ସୁଶାନ୍ତ ନନ୍ଦା । ଯାହା ଲକ୍ଷ ଲକ୍ଷ ୟୁଜରଙ୍କୁ ମନୋରଞ୍ଜନ କରିବା ସହ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ପ୍ରକୃତରେ ଏ ଦୁହିଁଙ୍କ ଭିତରେ କ’ଣ ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି ଦର୍ଶକ ।

ସୁଶାନ୍ତ ନନ୍ଦାଙ୍କର ଏହି ଭିଡିଓରେ ଦୁଇଟି କୁମ୍ଭୀର ନିଜର ପଛ ଗୋଡରେ ଛିଡା ହୋଇିବାର ଦେଖିବାକୁ ମିଳିଛି । ଏକ ନଦୀ ପାଖରେ ଶୁଟ ହୋଇଥିବା ଉଭୟ ଆମନା ସାମନା ହୋଇ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ତେବେ ଦୀର୍ଘ ସମୟ ଧରି ଏପରି ଠିଆ ହୋଇ ରହିଥିଲେ ଦୁଇ କୁମ୍ଭୀର । କିନ୍ତୁ ଦୁହେଁ କ’ଣ କରୁଥିଲେ ତାହା ଶେଷ ପର୍ଯ୍ୟନ୍ତ ଜଣା ପଡିନଥିଲା । ଦୁଇ ଜଣ ନିଜ ନିଜ ମଧ୍ୟରେ ଲଢେଇ କରୁଛନ୍ତି ନା ପରସ୍ପରକୁ ଭଲପାଇବା ବାଣ୍ଟୁଛନ୍ତି ଏହା ଜାଣିବା ଅସମ୍ଭବ ହୋଇପଡିଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ ହେବା ମାତ୍ରେ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ଦେଖି ପସନ୍ଦ କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତେବେ ଅଧିକାଂଶ ୟୁଜର ଏହି ପ୍ରଶ୍ନ କରିଛନ୍ତି ଯେ, ଇଏ ଲଢେଇ ନା ଭଲପାଇବା ? ତେବେ ସେ ଯାହା ବି ହେଉ ଏହି ଭିଡିଓ ଏବେ ଲୋକଙ୍କ ମନୋରଞ୍ଜନର ଖୁରାକ ପାଲଟିଛି ।

Get real time updates directly on you device, subscribe now.