fbpx
BJD SKY
BJD SKY

ଖୋଲିଲା ଗୁମର: ପୂର୍ବ ଶତ୍ରୁତା କାରଣରୁ ହୋଇଥିଲା ପିଏମଜି ହତ୍ୟାକାଣ୍ଡ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୦ ତାରିଖ ବିଳମ୍ବିତ ରାତ୍ରିରେ ରାଜଧାନୀ ଭୁବନେଶ୍ୱରର ପିଏମଜିରେ ଘଟିଥିବା ହତ୍ୟା ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ସନ୍ଦେହରେ ପୋଲିସ ଏମାନଙ୍କୁ ଅଟକ ରଖି ପଚରାଉଚରା କରୁଛି । ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ଏକ ପରିବାରକୁ ଟାର୍ଗେଟ୍ କରିଥିଲେ । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦମ୍ପତିଙ୍କର ଏକମାତ୍ର ସନ୍ତାନକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଥିଲା ।

ଜଣାପଡ଼ିଛି ଯେ, ବବଲୁ ବେହେରା ନାମକ ଜଣେ ଶ୍ରମିକ ପିଏମଜିର ଏଟିଏମ ବାରଣ୍ଡାରେ କିଛିଦିନ ହେବ ରାତି କାଟୁଥିଲେ । ଘଟଣା ଦିନ କୌଣସି କାରଣରୁ ବବଲୁଙ୍କ ସହିତ ଦୁଇ ଯୁବକଙ୍କର ବିବାଦ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପରଦିନ ବିଳମ୍ବିତ ରାତିରେ ଯୁବକ ଦ୍ୱୟ ବବଲୁ ଓ ତାଙ୍କ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବବଲୁଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ । ଦମ୍ପତିଙ୍କର ଛୋଟ ଛୁଆଟି କାନ୍ଦି କାନ୍ଦି ରାତିରେ ବାପାମାଆଙ୍କ ଗୋଡ଼ ତଳେ ଶୋଇ ପଡ଼ିଥିଲା ।

ସକାଳେ ପିଏମଜିର ଗାର୍ଡ ଦମ୍ପତିଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିଥିଲେ । ଏହାପରେ ସେ ପୋଲିସକୁ ଫୋନ କରିବା ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଦେଇଥିଲା । ତେବେ ଏହି ଘଟଣାରେ ୨ରୁ ୩ ଜଣଙ୍କର ସମ୍ପୃକ୍ତି ରହିଥିବା ପୋଲିସ ତଦନ୍ତରୁ ଜାଣିପାରିଛି । ମୃତ ବବଲୁଙ୍କ ନାମରେ କଟକ ଓ ଭୁବନେଶ୍ୱରର ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି । ଅନ୍ୟପଟେ ବବଲୁଙ୍କୁ ଯେଉଁମାନେ ହତ୍ୟା କରିଛନ୍ତି ସେମାନଙ୍କୁ ତାଙ୍କ ପତ୍ନୀ ଜାଣିଛନ୍ତି ଡିସିପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.