fbpx
BJD SKY
BJD SKY

ଆନ୍ଧ୍ରରେ ଟ୍ରେନ୍ ଦୁର୍ଘଟଣା: ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ସୂଚନା

BJD

ଅମରାବତୀ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ କୋଣାର୍କ ଏକ୍ସପ୍ରେସ ଦୁର୍ଘଟଣାରେ ୬ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟରାର ମୃତକଙ୍କ ମଧ୍ୟରୁ ୩ ଜଣଙ୍କର ପରିଚୟ ମିଳିଛି ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୨ ଜଣ ଆସାମର ହୋଇଥିବା ଆଉ ଜଣେ ଓଡ଼ିଶାର ବୋଲି ଜଣାପଡିଛି । ମୃତକ ଜଣକ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ବସିନ୍ଦା ଥିଲେ ।

ପୋଲିସର କହିବା ମୁତାବକ, ଗୁଆହାଟି ଯାଉଥିବା ଏକ ସୁପରଫାଷ୍ଟ ଏକ୍ସପ୍ରେସ ବଟୁଭା ଗାଁରେ ବୈଷୟିକ ସମସ୍ୟା ଯୋଗୁଁ ଅଟକିଥିଲା, ଯେଉଁ ସମୟରେ କିଛି ଯାତ୍ରୀ ସେଥିରୁ ଓହ୍ଲାଇପଡିଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କୋଣାର୍କ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା । ଏଥିରେ ଗୁରୁତର ଆହତମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଶ୍ରୀକାକୁଲମ ଜିଲ୍ଲା ସୂଚନା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ସିଗଦମ ଓ ଚିପୁରପଲ୍ଲୀ ରେଲୱେ ଷ୍ଟେସନ ମଧୃରେ ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସୁପରଫାଷ୍ଟ ଏକ୍ସପ୍ରେସରୁ ଓହ୍ଲାଇ କିଛି ଯାତ୍ରୀ ଦୌଡ଼ି ଯିବାକୁ ଚେଷ୍ଟା କରିଥିଲେ । ଠିକ୍ ସେହିି ସମୟରେ ପାଖ ଟ୍ରାକରେ ଭୁବନେଶ୍ୱର-ସିଏସଟି ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଆସିଥିଲା । ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ୟାଇଏସ ଜଗମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି । ରିଲିଫ କାର୍ଯ୍ୟ ଆରମ୍ଭ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁଯୋଗ ଯୋଗାଇବାକୁ ସେ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.