fbpx

ଭୁବନେଶ୍ୱରରୁ ୨ ନକଲି ପୋଲିସ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ ୨ ଜଣ ନକଲି ପୋଲିସ ଅଫିସର ଗିରଫ ହୋଇଛନ୍ତି । ଅସଲି ପୋଲିସ ଅଫିସରଙ୍କ ଅବସରଙ୍କ ପରେ ସୋମନେ ସାଜିଥିଲେ ନକଲି ପୋଲିସ । ଜଣେ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରି ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ସ୍ପେଶାଲ ସ୍କ୍ୱାଡ୍ ନାଁରେ ଲୋକଙ୍କୁ ଲୁଟିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଜ୍ଞାନରଞ୍ଜନ ମହାନ୍ତି ଓ କାହ୍ନୁଚରଣ ସାହୁଙ୍କୁ ଗିରଫ କରିଛି ପୋଲିସ । ଜ୍ଞାନରଞ୍ଜନ ପୂର୍ବରୁ ଏଏସଆଇ ଭାବେ ପୋଲିସରେ କାମ କରିଥିଲେ । ଅବସର ପରେ ନକଲି ଅଫିସର ପରିଚୟ ଦେଇ ଲୁଟୁଥିଲେ । ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.