fbpx
BJD SKY
BJD SKY

ଗୋଟିଏ କଏଦୀ ପ୍ରେମରେ ଜେଲର ଦୁଇ ମହିଳା ଅଫିସର: ସମ୍ପର୍କ ରଖିବାପରେ ଘଟିଲା ଏପରି ଘଟଣା

BJD

ବ୍ରିଟେନ: ଅନେକ ସମୟରେ ଜେଲରେ ଥିବା କଏଦୀମାନଙ୍କ ଲଭଷ୍ଟୋରୀ ବିଷୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ । କିଛି ଷ୍ଟୋରୀ ଭଲରେ ଶେଷ ହୋଇଥିବା ବେଳେ କିଛି ଷ୍ଟୋରୀର ଶେଷ ବହୁତ ଖରାପ ହୋଇଥାଏ । ତେବେ ବ୍ରିଟେନର ଏକ ଜେଲରୁ ଜଣେ କଏଦୀର ଲଭେଷ୍ଟାରୀ ବର୍ତ୍ତମାନ ସମ୍ନାକୁ ଆସିଛି । ଯାହା ବିଷୟରେ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଏହି କଏଦୀଙ୍କ ପ୍ରେମ କାହାଣୀରେ ୨ଟି ନୁହେଁ ବରଂ ୩ ଟି ଚରିତ୍ର ବିଷୟରେ ଜଣା ପଡିଛି । ପ୍ରକୃତରେ ଜେଲରେ କାମ କରୁଥିବା ୨ଜଣ ଯୁବତୀ ସେହି ଜେଲର ଜଣେ କଏଦୀ ପ୍ରେମରେ ପଡିଯାଇଥିଲେ । ଏଥିସହିତ ସେହି କଏଦୀ ସହ ଉଭୟ ଯୁବତୀ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ । ଯହା ଜଣା ପଡିବା ପରେ ବର୍ତ୍ତମାନ ମାମଲା କୋର୍ଟରେ ପହଞ୍ଚିଛି ।

ବ୍ରିଟେନର ୱେଲ୍ସର ବ୍ରିଜେଣ୍ଡର ‘ପାର୍କ ଜେଲ’ରେ ଏହି ଘଟଣା ଦେଖିବାକୁ ମିଳିଛି । ଏହି ଜେଲରେ କଷ୍ଟଡି ଅପିସର ଭାବରେ ପୋଷ୍ଟିଙ୍ଗ ହୋଇଥିବା ୨୫ ବର୍ଷୀୟ ଯୁବତୀ ରୁଥ ଶୈମଲୋ ସେଠାରେ ଥିବା ଏକ କଏଦୀ ପ୍ରେମରେ ପଡିଯାଇଥିଲେ । ଏଥିସହିତ  ସେହି କଏଦୀ ସହ ଅନେକ ଥର ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ । ଶୈମଲୋ  ୨୦୨୧ମସିହା ଅପ୍ରେଲ ମାସରୁ ଡିସେମ୍ବର ପର୍ଯ୍ୟନ୍ତ ଉକ୍ତ କଏଦୀ ସହିତ ସମ୍ପର୍କରେ ରହବାପରେ,ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ଏହାପରେ ସେହି ଜେଲରେ ନର୍ସ ଭାବରେ କାମ କରୁଥିବା ଏଲିସ ହିବ୍ସ ମଧ୍ୟ ଉକ୍ତ କଏଦୀକୁ ଭଲପାଇ ବସିଥିଲେ । ଏଥିସହିତ ମେ ମାସରୁ ଜୁନ ମାସ ପର୍ଯ୍ୟନ୍ତ ଏଲିସ ହିବ୍ସ ସେହି କଏଦୀ ସହ ସମ୍ପର୍କ ରଖିଥିଲେ ।

ବର୍ତ୍ତମାନ ଏହି ଘଟଣା ସମ୍ନାକୁ ଆସିବାପରେ ମାମଲା କୋର୍ଟରେ ପହଞ୍ଚିଛି । ତେବେ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଚାପତିଙ୍କୁ କହିଥିଲେ ଯେ ଜେଲେରେ କାର୍ଯ୍ୟରତ ଥିବା ଉଭୟ ମହିଳା ଜଣେ କଏଦୀଙ୍କୁ ଯୌନ ନିର୍ଯାତନା ଦେବାସହ, ପୋଲିସ ଉପରେ ଥିବା ଜନସାଧାରଣଙ୍କ ବିଶ୍ୱାସକୁ ମଧ୍ୟ ଭାଙ୍ଗିଛନ୍ତି । ଅନ୍ୟପକ୍ଷେ ପ୍ରତିପକ୍ଷ ମଧ୍ୟ କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ମାସକୁ ସ୍ଥଗିତ ରଖାଯାଇଥିବା ବେଳେ ଉଭୟ ମହିଳା କର୍ମଚାରୀଙ୍କୁ କୋର୍ଟରେ ଉପସ୍ଥିତ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.