fbpx

୨୨ ଘଣ୍ଟାରେ କ୍ୟାନ୍ସର ନେଇଗଲା ୨ ମହାନ୍ ଅଭିନେତାଙ୍କ ଜୀବନ

ବଲିଉଡ୍ ଜଗତ ପାଇଁ ବିଗତ ୨୨ ଘଣ୍ଟା ବହୁତ ଦୁଃଖଦାୟକ ପ୍ରମାଣିତ ହୋଇଛି । ଦୁଇ ମହାନେତା ଇରଫାନ୍ ଖାନ୍ ଓ ଋଷି କାପୁରଙ୍କୁ ଦେଶ ହରାଇସାରିଛି । ଇରଫାନଙ୍କ ମୃତ୍ୟୁ ଗତକାଲି ହୋଇଥିବା ବେଳେ ଋଷି କାପୁରଙ୍କ ଆଜି ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି । ଦୁହିଁଙ୍କୁ କ୍ୟାନ୍ସର ହୋଇଥିବା ବେଳେ ସେମାନେ ବହୁ ସମୟ ଧରି ଏଥରେ ସଂଘର୍ଷ କରୁଥିଲେ । କାଲି ଇରଫାନ୍ ହାରିଥିଲେ ତ ଆଜି ଋଷି ହାରିଗଲେ ।

ତେବେ ୩ ଅକ୍ଟୋବର ୨୦୧୮ରେ ଋଷିଙ୍କୁ କ୍ୟାନ୍ସର ହୋଇଥିବା ଖବର ଆସିଥିଲା । ତାଙ୍କ ଭାଇ ରଣଧୀର କପୁର ହିଁ ଏହାକୁ କହିଥିବା ବେଳେ ଋଷି ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ସେଠାରେ ୧୧ ମାସ ଓ ୧୧ ଦିନର ଚିକିତ୍ସା ପରେ ସେ ମୁମ୍ବାଇ ଫେରିଥିଲେ, କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ । ଶ୍ୱାସ ଜନିତ ଅସୁବିଧା ପାଇଁ ସେ ପୁଣି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ଆଜି ସକାଳ ୮ଟା ୪୫ ମିନିଟରେ ଋଷି ଶେଷ ନିଶ୍ୱାସ ତ୍ୟାଗ କଲେ ।

Get real time updates directly on you device, subscribe now.