fbpx

ଭେଟେରାନ୍ ଅଭିନେତା ଋଷି କପୁରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୩୦ା୪(ଓଡ଼ିଶା ଭାସ୍କର): ଆଜି ବଲିଉଡ଼ ଅଭିନେତା ଋଷି କପୁରଙ୍କ ପରଲୋକ ଘଟିଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଋଷିଙ୍କ ବିୟୋଗରେ ମୁଁ ସ୍ତବ୍ଧ । ଋଷି କପୁର ବହୁ ପ୍ରତିଭାର ଅଧିକାରୀ ଥିଲେ । ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ଶକ୍ତି ଭଗବାନ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


ଋଷି କପୁର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି । ସେ ପୂର୍ବରୁ କ୍ୟାନସରରେ ପୀଡ଼ିତ ଥିଲେ । ବିଳମ୍ବିତ ରାତିରେ ଗତକାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆମେରିକାରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ । କିଛିଦିନ ତଳେ ଆମେରିକାରୁ ଭାରତ ଫେରିଥିଲେ । ଶ୍ରୀ ୪୨୦ ଚଳଚ୍ଚିତ୍ରରେ ସେ ଶିଶୁ କଳାକାର ଭାବେ ନଜର ଆସିଥିଲେ । ମେରା ନାମ୍ ଜୋକରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୧୯୭୩ରେ ବବି ଚଳଚ୍ଚିତ୍ରରେ ନାୟକ ଭାବେ ସେ ଡେବ୍ୟୁ କରିଥିଲେ । ତାଙ୍କ ପରଲୋକରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.