fbpx

ଇସ୍ରାଏଲରେ ଦୁଇ ଭାରତୀୟ ବଂଶୋଦ୍ଭବ ଯବାନ ସହିଦ

AAKASH

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଏବେ ବି ଥମିନାହିଁ । ଏହା ମଧ୍ୟରେ ଯୁଦ୍ଧରେ ଦୁଇପକ୍ଷର ମୃତ୍ୟୁସଂଖ୍ୟା ୩,୨୦୦ରେ ପହଞ୍ଚିଥିବା ବେଳେ ଗାଜା ଷ୍ଟ୍ରିପରୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏହି ଯୁଦ୍ଧ କାରଣରୁ ପାଲେଷ୍ଟାଇନର ୪ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଯାଇଛନ୍ତି । ଇସ୍ରାଏଲର ଅନେକ ଲୋକ ଏବେ ବି ହମାସ ଦ୍ୱାରା ବନ୍ଦୀ ହୋଇ ରହିଛନ୍ତି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଇସ୍ରାଏଲ ତରଫରୁ ଯୁଦ୍ଧରେ ଲଢ଼ୁଥିବା ଦୁଇଜଣ ଭାରତୀୟ ବଂଶୋଦ୍ଭବ ମହିଳା ଯବାନଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ଲେଫ୍ଟନାଣ୍ଟ ଓ ମୋସେସ ହୋମ ଫ୍ରଣ୍ଟ କମାଣ୍ଟ ଏବଂ ଅନ୍ୟ ଜଣେ କିମ ଡୋକ୍ରାକର ବର୍ଡର ପୋଲିସ ଅଫିସରେ ମୁତୟନ ହୋଇଥିଲେ । ଅକ୍ଟୋବର ୭ ତାରିଖରେ ହମାସ ଆକ୍ରମଣ କରିବା ପରେ ଦକ୍ଷିଣ ଇସ୍ରାଏଲରେ ଏହି ଦୁଇ ଯବାନ ଡ୍ୟୁଟି କରୁଥିଲେ ।

ଦୁଇ ମହିଳା ଯବାନଙ୍କ ମୃତ୍ୟୁ ନେଇ ଇସ୍ରାଏଲ ସେନା ଓ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ହମାସ ସହିତ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲର ୨୮୬ ଜଣ ଯବାନ ଓ ଓ ୫୧ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି । ତେବେ ଭାରତୀୟ ମୂଳ ବାସିନ୍ଦାଙ୍କ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିବାରେ । କାରଣ ଇସ୍ରାଏଲର ଅନେକ ଲୋକଙ୍କୁ ହମାସ କିଡନାପ କରି ରଖିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କର ଚିହ୍ନଟ ହୋଇ ପାରି ନଥିବା ଇସ୍ରାଏଲର ଭାରତୀୟ ସମ୍ପ୍ରଦାୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.