fbpx
BJD SKY
BJD SKY

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଞ୍ଚଳିକ ଫୋରେନସିକ ଲାବୋରେଟୋରୀ: କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବ AIIMS

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସ ୨ ତାରିଖରେ ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର କ୍ଷତ ଆଜି ବି ମନରୁ ଲିଭି ନାହିଁ । ଉକ୍ତ ଦୁର୍ଘଟଣାର ଦୁଃଖଦ ଚିତ୍ର ସାରା ବିଶ୍ୱକୁ ବ୍ୟାପିଯାଇଥିଲା । ଦୁର୍ଘଟଣାରେ ପାଖାପାଖି ୩୦୦ ଲୋକ ପ୍ରାଣ ହରାଇଥିବା ବେଳେ ୧ ହଜାରରୁ ଅଧିକ ଲୋକ ଆଜି ବି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ରାଜ୍ୟ ସରକାରଙ୍କର ବହୁ ପ୍ରୟାସ ପରେ ବି ଅନେକ ମୃତଦେହକୁ ଚିହ୍ନଟ କରାଯାଇ ପାରିନଥିଲା । ଶେଷରେ ସଂରକ୍ଷିତ କରି ରଖାଯାଇଥିବା ସେହି ମୃତଦେହକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କାର କରାଯାଇଥିଲା । ତେବେ ବାହାନଗା ଦୁର୍ଘଟଣା ସମୟରେ ମୃତ ବ୍ୟକ୍ତିଙ୍କୁ ଖୋଜିବା ଓ ସଂରକ୍ଷଣ କରି ରଖିବା ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଥିଲା । ଶତାଧିକ ମୃତଦେହର ତତ୍କାଳ ପୋଷ୍ଟ ମର୍ଟମ, ଭିସେରା, ଡିଏନଏ ଟେଷ୍ଟ ପାଇଁ ଲୋକଙ୍କୁ ବହୁଦିନ ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ପ୍ରୟାସ କରାଯାଇଛି ।

ସୂଚନା ମୁତାବକ, ଭୁବନେଶ୍ୱରରେ ଏକ ରିଜିଓନାଲ ଫୋରେନସିକ ଲାବୋରେଟୋରୀ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କୁ ଖୁବଶୀଘ୍ର ଏମ୍ସ ପ୍ରସ୍ତାବ ଦେବ । ଏହି ଲାବରେ ଭିସେରା ଏକ୍ସଟ୍ରାକ୍ସନ ଓ ଡିଏନଏ ଟେଷ୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ଏଥିସହିତ ମୃତଦେହ ସଂରକ୍ଷଣ ପାଇଁ ବିଶାଳ କୋଲ୍ଡ ଷ୍ଟୋରେଜ ସହ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସୀମିତ ସମୟ ମଧ୍ୟରେ ପୋଷ୍ଟମର୍ଟମ ହୋଇପାରିବ । ପ୍ରସ୍ତାବିତ ଲାବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ କରାଯାଇ ଦୁର୍ଘଟଣା ପରେ ଚେହେରାରୁ କିପରି ବ୍ୟକ୍ତିଙ୍କୁ ଚିହ୍ନଟ କରିହେବ ସେନେଇ ବ୍ୟବସ୍ଥା ରହିବ ।

Get real time updates directly on you device, subscribe now.