fbpx

ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ୍‌-ବୋଲେରୋ ମୁହାଁମୁହିଁ, ୨ମୃତ, ୨ ଗୁରୁତର

କଣ୍ଟାବାଜି : ଦିନକୁ ଦିନ ଦୁର୍ଘ;ଣାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ପୁଣି ଏକ ଦୁର୍ଘଟଣା କଣ୍ଟାବାଞ୍ଜିରୁ ସାମ୍ନାକୁ ଆସିଛି । ଟ୍ରକ୍‌-ବୋଲେରୋ ମୁହାଁମୁହିଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି ।

ସୂଚନା ଯୋଗ୍ୟ ଯେ, ଖଡ଼ିଆଳ- ବଙ୍ଗୋମୁଣ୍ଡା ଏନଏଚର ଫୁଗୁଡା ଛକରେ ଏକ ଭୟାନକ ଦୁର୍ଘଟଣା ଘଟିଛି । ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତ ଆହାତ ହୋଇଛନ୍ତି ।

ମୃତକ ୨ଜଣ ବରଗଡ଼ର ଲିଙ୍ଗରାଜ ସରାଫ ଓ କିଶୋର ଦାସ ବୋଲି ଖବର ମିଳିଛି । ଗୁରୁତର ଥିବା ୨ ଜଣଙ୍କୁ ନିକଟସ୍ଥ ବଙ୍ଗୋମୁଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.