fbpx

ପେନସନଭୋଗୀଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କଲେ କେନ୍ଦ୍ର ସରକାର: ଏଣିକି ଘରେ ବସି ବସି ହୋଇଯିବ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣ ନିଜେ କିମ୍ବା ଆପଣଙ୍କ ପରିବାରର କେହି ଜଣେ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୃଦ୍ଧ ପେନସନଭୋଗୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ସମସ୍ତ ପେନସନ୍ ପ୍ରଦାନ କରୁଥିବା ବ୍ୟାଙ୍କଗୁଡିକୁ ଏକ ନୂଆ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀ ଓ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପେନସନଭୋଗୀମାନଙ୍କୁ ‘ଲାଇଫ୍ ସାର୍ଟିଫିକେଟ୍’ ଜମା କରିବାରେ ‘ଡୋରଷ୍ଟେପ୍ ଏଗ୍ଜିକ୍ୟୁଟିଭ୍’ ପଠାଇବାର ବ୍ୟବସ୍ଥା କରିବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ପେନସନ୍ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ, ସମସ୍ତ ବ୍ୟାଙ୍କ ୮୦ ବର୍ଷରୁ ଅଧିକ ବୟସର ସୁପର ସିନିୟର ପେନସନ୍ଭୋଗୀଙ୍କୁ ଡିଜିଟାଲଏ ଲାଇଫ୍ ସାର୍ଟିଫିକେଟ୍ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିବା ଉଚିତ୍ ।

ଡିଜିଟାଲ୍ କରାଯାଇପାରିବ ଲାଇଫ୍ ସାର୍ଟିଫିକେଟ୍ :-

ଫେସ୍ ଭେରିଫିକେସନ୍ କରୁଥିବା ଟେକନିକକୁ ବ୍ୟବହାର କରି ପେନସନଭୋଗୀଙ୍କ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ସୃଷ୍ଟି କରାଯାଇପାରିବ । ତେବେ ସମସ୍ତ ପେନସନଭୋଗୀଙ୍କୁ ସେମାନଙ୍କ ପେନସନ୍ ଲଗାତାର ଭାବରେ ପାଇବାକୁ ପ୍ରତିବର୍ଷ ସେମାନଙ୍କ ବଞ୍ଚିବାର ପ୍ରମାଣ ଦେବାକୁ ପଡିବ । ଏହାକୁ ‘ଲାଇଫ୍ ସାର୍ଟିଫିକେଟ୍’ କୁହାଯାଏ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପ୍ରାୟ ୬୯.୭୬ ଲକ୍ଷ ପେନସନଭୋଗୀ ଅଛନ୍ତି । ୨୦୧୯ ମସିହାରେ କେନ୍ଦ୍ର ସରକାର ସୁପର ସିନିୟର ପେନସନଭୋଗୀଙ୍କୁ ନଭେମ୍ବର ପରିବର୍ତ୍ତେ ଅକ୍ଟୋବର ୧ ରୁ ସେମାନଙ୍କ ଲାଇଫ୍ ସାର୍ଟିଫିକେଟ୍ ଦେବାକୁ ଅନୁମତି ଦେବାକୁ ବ୍ୟାଙ୍କଗୁଡ଼ିକୁ କହିଥିଲେ ।

ଘରେ ବସିଟ୍ୱସି ହୋଇଯିବ କାମ :-
୮୦ ବର୍ଷରୁ କମ୍ ପେନସନଭୋଗୀଙ୍କୁ ନଭେମ୍ବରରେ ସେମାନଙ୍କ ଲାଇଫ୍ ସାର୍ଟିଫିକେଟ୍ ଦେବାକୁ ପଡିବ । ସେପ୍ଟେମ୍ବର ୨୫ ରେ ଡିଓପିପିଡବ୍ଲୁ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ, ଫେସ୍ ଚିହ୍ନିବା ଟେକନିକ୍ ମାଧ୍ୟମରେ ନିର୍ମିତ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ (ଡିଏଲସି) ବର୍ତ୍ତମାନ ପ୍ରତ୍ୟେକ ପେନସନଭୋଗୀ ଘରେ ବସି ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ କିମ୍ବା ବ୍ୟାଙ୍କର ବ୍ରାଞ୍ଚକୁ ଯାଇ ଜମାକରିପାରିବେ । ଏହି ନିର୍ଦ୍ଦେଶ ଅନୁଯାୟୀ, ବ୍ୟାଙ୍କଗୁଡିକ ଡୋରଷ୍ଟେପ୍ ବ୍ୟାଙ୍କିଂ ଏଗ୍ଜିକ୍ୟୁଟିଭ୍ ନିଯୁକ୍ତ କରି ଲାଇଫ୍ ସାର୍ଟିଫିକେଟ୍ ଜମା କରିବାର ସୁବିଧା ଦେଇପାରିବେ ।

Get real time updates directly on you device, subscribe now.