fbpx

ଚାଷୀଙ୍କ ଆତ୍ମହତ୍ୟା : ଫସଲ କ୍ଷତି ହେବାରୁ ନେଲେ କିଛି ଏଭଳି ନିଷ୍ପତି

ଯାଜପୁର : ଫସଲ କ୍ଷତି ହେବାରୁ ଚାଷି ନେଲେ ଚରମ ନିଷ୍ଟତି । ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଯାଜପୁର ଧର୍ମଶାଳା ବାଜବାଟି ଗାଁରେ ଘଟିଛି । ଫସଲ ନଷ୍ଟ ହେବାରୁ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ନାମ ହେଉଛି ନିତ୍ୟାନନ୍ଦ ପରିଡ଼ା ।

ସୂଚନା ଅନୁସାରେ, ଫସଲ ନଷ୍ଟ ହେବାରୁ ଧର୍ମଶାଳା ବାଜବାଟି ଗାଁର ଜଣେ ଯୁବକ ଶନିବାର ଦିନ ବିଷ ପିଇଥିଲେ । ନିତ୍ୟାନନ୍ଦ ବିଷ ପିଇବାର ପରିବାର ଲୋକେ ଜାଣିବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକର ଏସ୍‌ସିବି ହସ୍ପିଟାଲେ ଭର୍ତ୍ତି କରିଥିଲେ । କିନ୍ତୁ ଗତକାଲି ନିତ୍ୟାନନ୍ଦଙ୍କ ମୃତ୍ୟୁ ହୋଇଛି ।

ଖବର ମିଳିଛି ଯେ, ନିତ୍ୟାନନ୍ଦ ଧାରକରଜ କରି ୩ ଏକର ଜମିରେ ଚାଷ କରୁଥିଲେ । ଚାଷ ଜମି ନିକଟରେ ପଥର ଖାଦାନ ଠାରେ ପଥର ବ୍ଲାଷ୍ଟିଂ ଯୋଗୁଁ ତାଙ୍କର ଚାଷ ପରେ ପ୍ରଭାବ ପଡୁଥିଲା । ଏଥିରୁ ସେ ପ୍ରଭାବିତ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ନିତ୍ୟାନନ୍ଦଙ୍କ ଝିଅ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.