fbpx
BJD
BJD SKY
BJD SKY

ହିଲିୟମ୍ ସିଲିଣ୍ଡର ବିସ୍ଫୋରଣ: ବେଲୁନ ବିକ୍ରେତା ମୃତ, ୧୧ ଶିଶୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଘଟିବା ତାହା କେହି ବି କହିପାରିବେ ନାହିଁ । ବେଲୁନ ବିକ୍ରି କରିବାକୁ ଆସିଥିବା ଜଣେ ଯୁବକଙ୍କର ଅଚାନକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏଥିସହିତ କିଛି ଛୋଟ ପିଲା ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ଗମ୍ଭୀର ରହିଛି । ମହାରାଷ୍ଟ୍ରର ଲାତୁର ସହରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ।

ସୂଚନା ମୁତାବକ, ଲାତୁର ସହରରେ ଏକ ହିଲିୟମ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ବେଲୁନ ବିକ୍ରେତାଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଏହି ବିସ୍ଫୋରଣରେ ୧୧ ଜଣ ଛୋଟ ପିଲା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ହିଲିୟମ ଗ୍ୟାସ କାରଣରୁ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏକ ଏଫଆଇଆର ଦାୟର କରି ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି ।

ଲାତୁର ସହରର ତାଭ୍ରାଜ କଲୋନୀରେ ଏହି ବିସ୍ଫୋରଣ ଘଟିଥିଲା । ଜଣେ ବ୍ୟକ୍ତି ହିଲିୟମ ଗ୍ୟାସ ଭର୍ତ୍ତି ବେଲୁନ ବିକ୍ରି କରିବାକୁ କଲୋନୀକୁ ଆସିଥିଲେ । ଏହି ସମୟରେ ଛୋଟ ପିଲାମାନେ ବେଲୁନ ବିକ୍ରେତାଙ୍କ ଚାରିପାଖେ ରୁଣ୍ଡ ହୋଇଯାଇଥିଲେ । ଦୁର୍ଭାଗ୍ୟବଶତଃ ଏହି ସମୟରେ ଅଚାନକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଫଳରେ ବିକ୍ରେତାଙ୍କର ମୃତ୍ୟୁ ଘଟିବା ସହିତ ୧୧ ଜଣ ପିଲା ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଆତଙ୍କର ବାତାବରଣ ଖେଳିଯାଇଥିଲା । ପୋଲିସ ଏନେଇ ଲୋକଙ୍କୁ ବୁଝାସୁଝା କରିବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

Get real time updates directly on you device, subscribe now.