fbpx

ଦୁଇ ନାବାଳିକା ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଆଜିକାଲି ଦେଶ ତଥା ରାଜ୍ୟରେ ଅପରାଧିକ ମାମଲା ବୃଦ୍ଧି ପାଇବାର ଲାଗିଛି । ଫଳରେ ପ୍ରତ୍ୟେକ ଦିନ କେଉଁଠି ନାକେଉଁଠି ଏପରି ମାମଲା ସାମ୍ନାକୁ ଆସୁଛି । ତେବେ କିଏ ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଲାଣି ତ ଆଉକିଏ ପାରିବାରିକ କଳହକୁ ନେଇ କାହାକୁ ହତ୍ୟା କଲାଣି । ପୁଣି ଆଉକେତେବେଳେ କିଏ ନିଜର ଯୌନ ପିପାସାକୁ ମେଣ୍ଟାଇବା ପାଇଁ କାହାର ଜୀବନ ନଷ୍ଟ କରିଲାଣି । ତେବେ ପୂର୍ବରୁ ଏହିପରି ମାମଲା ଅନେକ ଘଟିଥିବା ବେଳେ ବର୍ତ୍ତମାନ ମଧ୍ୟ ସେହିପରି ଏକ ମାମାଲା ସାମ୍ନାକୁ ଆସିଛି । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଭୁବନେଶ୍ୱରର ପଟିଆ ରେଳଷ୍ଟେସନରେ ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଯେଉଁଥିରେ ମୁଖୟ ଅବିଯୁକ୍ତକୁ ଗିରଫ କରିଛି ପୋଲିସ୍ । ତେବେ ଅଭିଯୁକ୍ତର ଘର ବାଙ୍କୀ ପଦନପୁରରେ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ୨ ନା ବାଳିକାଙ୍କୁ ଅପହରଣ ପରେ ଦଉଡିରେ ବାନ୍ଧି ଦୁଷ୍କର୍ମ କରିଥିଲା ।

ତେବେ ଗଣଦୁଷ୍କର୍ମର ଶିକାର ହୋଇଥିବା ଦୁଇଜଣ ନାବାଳିକାଙ୍କ ଅଭିଯୋଗ ଅନୁସାରେ, ଏମାନେ ପଟିଆ ଅଞ୍ଚଳରେ ରହୁନ୍ତି । ସୋମବାର ଦିନ ସନ୍ଧ୍ୟାରେ ପଟିଆ ରେଳଷ୍ଟେସନ ଯାଇଥିବାବେଳେ ଦୁଇଜଣ ଯୁବକ ସେମାନଙ୍କୁ ଅପହରଣ କରି ପଟିଆ ରେଳବାଇ ଓଭରବ୍ରିଜ ନିକଟକୁ ନେଇଯାଇଥିଲେ । ସେଠାରେ ଦୌଡିରେ ବାନ୍ଧି ରାତିସାରା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସକାଳେ ଏହି ଦୁଇଜଣ ନାବାଳିକା ଘରକୁ ଆସି ପରିବାର ଲୋକଙ୍କୁ ଏ ସମ୍ପର୍କରେ କହିଥିଲେ । ତେବେ ଏହାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହି ଘଟଣାର ତଦନ୍ତ କରିଥିଲା । ଏବଂ ଶେଷରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

Get real time updates directly on you device, subscribe now.