fbpx

ଗଜପତି ଜିଲ୍ଲା ବିଜେଡିରୁ ଦୁଇ ନେତା ନିଲମ୍ବିତ, ଜାଣନ୍ତୁ କିଏ ଓ କାହିଁକି ?

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ପୁଣି ଥରେ ବିଜେଡିର କଡା ପଦକ୍ଷେପ । ଗଜପତି ଜିଲ୍ଲା ବିଜେଡିର ଦୁଇ ଜଣ ନେତାଙ୍କୁ ନିଲମ୍ବିତ କରାଯାଇଛି । ଏମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ସହର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ ଓ ଜିଲ୍ଲା ଉପ ସଭାପତି କେ ଅପାରାଓ ସାମିଲ ଅଛନ୍ତି ।

ବିଜୁ ଜନତା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ଜଣଙ୍କୁ ଦଳରୁ ନିଲମ୍ବିତ କରିଥିବା ବିଜେଡି ମହାସଚିବ (ମିଡିଆ ବ୍ୟାପାର) ମାନସ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ପୁରୀ ସଦର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସଦସ୍ୟ ପ୍ରଭାକର ସାମନ୍ତରାଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଥିଲା । ପୂର୍ବତନ ପଞ୍ଚାୟତ ସମତି ସଦସ୍ୟ ରହିଥିବା ସାମନ୍ତରାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବନ କରିଥିଲେ । ଏନେଇ ବିଜେଡି ସାଧାରଣ ସମ୍ପାଦକ(ମିଡିଆ) ମାନସ ମଙ୍ଗରାଜ ସୂଚନା ଶେୟାର ଦେଇଥିଲେ ।

Get real time updates directly on you device, subscribe now.