୨ ମାଓବାଦୀଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ।

News across the Earth, news close to your heart, Read Odisha Bhaskar English

ମାଲକାନଗିରି , 27/3 : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେଓ୍ବାଡା ଜିଲ୍ଲା ଏସପି ଅଭିଷେକ ପଲ୍ଲବ ସମ୍ମୁଖରେ ୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।ଆତ୍ମସମର୍ପିତ ମାଓବାଦୀଙ୍କ ମଧ୍ୟରେ ଜଣଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ରାଜ୍ୟ ସରକାର ଘୋଷଣା କରିଥିଲେ।ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ ରାଜ୍ୟ ସରକାରଙ୍କ ମାଓବାଦୀ ଥଇଥାନ ଅଭିଯାନରେ ପ୍ରଭାବିତ ହେବା ସହ ମାଓ ସଂଗଠନରେ ଭେଦଭାବ , ଅତ୍ୟାଚାରରେ ନିରାଶ ହୋଇ ସଂଗଠନର ହାତ ଛାଡିଥିବା ଆତ୍ମସମର୍ପିତ ମାଓବାଦୀ କହିଛନ୍ତି।ସୂଚନାନୁଯାୟୀ ୧ ଲକ୍ଷ ପୁରସ୍କାର ଘୋଷିତ ମିଲିସିଆ କମାଣ୍ଡର କମଲୁ ଓ ମିଲିସିଆ ସଦସ୍ୟ ସନ୍ନୁ ଓୟାମି ଭୈରମଗଡ ଏରିଆ କମିଟିରେ ଦୀର୍ଘ ଦିନ ଧରି ସକ୍ରିୟ ଭାବେ କାର୍ଯ୍ୟରତ ଥିଲେ।ସରକାରଙ୍କ ପକ୍ଷରୁ ୧୦ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ସେମାନଙ୍କୁ ପ୍ରଦାନ କରାଯାଇଛି।ମାଓବାଦୀ ଥଇଥାନ ଅଭିଯାନରେ ପ୍ରଭାବିତ ହୋଇ ଏବେ ସୁଦ୍ଧା ୮୬ ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୩୨୪ ମାଓବାଦୀ ଆତ୍ମସମର୍ପଣ କରିଥିବା ପୁଲିସ ସୂଚନା ଦେଇଛି।

Get real time updates directly on you device, subscribe now.