fbpx

ଏସିଆନ୍ ଗେମ୍ସର ୯ମ ଦିନରେ ଭାରତକୁ ମିଳିଲା ୨ଟି ମେଡାଲ: ସ୍କେଟିଂରେ ମହିଳା ଓ ପୁରୁଷ ଟିମ୍ ହାତେଇଲେ ବ୍ରୋଞ୍ଜ

ନୂଆଦିଲ୍ଲୀ: ଆଜି ଏସିଆନ୍ ଗେମ୍ସ ୨୦୨୩ର ନବମ ଦିନ । ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ଦିନରେ ପାଞ୍ଚଟି, ଦ୍ୱିତୀୟ ଦିନରେ ୬ଟି, ତୃତୀୟ ଦିନରେ ତିନୋଟି, ଚତୁର୍ଥ ଦିନରେ ଆଠଟି, ପଞ୍ଚମ ଦିନରେ ତିନିଟି, ଷଷ୍ଠ ଦିନରେ ଆଠଟି, ସପ୍ତମ ଦିନରେ ପାଞ୍ଚଟି ଏବଂ ଅଷ୍ଟମ ଦିନରେ ୧୫ ଟି ପଦକ ପାଇଛି ।

ଭାରତରେ କେତେ ପଦକ ରହିଛି?
ଗୋଲ୍ଡ: ୧୩
ସିଲିଭର୍: ୨୧
ବ୍ରୋଞ୍ଜ: ୨୧
ମୋଟ: ୫୫

ମହିଳା ସ୍କେଟିଂ ଦଳ ବ୍ରୋଞ୍ଜ ଜିତିଛି :-
ସ୍କେଟିଂରେ ଭାରତକୁ ଦିନର ପ୍ରଥମ ପଦକ ଦେଇଛନ୍ତି ମହିଳା ସ୍କେଟିଂ ଟିମ୍ । ସଞ୍ଜନା ଭଟୁଲା, କାର୍ତ୍ତିକା ଜଗଦିଶ୍ୱରନ୍, ହିରଲ୍ ସାଧୁ ଏବଂ ଆରତୀ କସ୍ତୁରୀ ୩୦୦୦ ମିଟର ମହିଳା ସ୍ପିଡ୍ ସ୍କେଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ନିଜର ରେସକୁ ୪: ୩୪: ୮୬୧ ମିନିଟରେ ଶେଷ କରିଥିଲେ ।

ପୁରୁଷ ସ୍କେଟିଂ ଦଳ ବ୍ରୋଞ୍ଜ ଜିତିଛି :-
ସ୍ପିଡ ସ୍କେଟିଂରେ ଭାରତ ଆଜି ଦ୍ୱିତୀୟ ପଦକ ପାଇଛି । ଭାରତର ଆର୍ଯ୍ୟନପାଲ ଗୁମାନ, ଆନନ୍ଦକୁମାର ଭେଲକୁମାର, ସିଦ୍ଧନ୍ତ କାମ୍ବଲେ, ବିକ୍ରମ ଇଙ୍ଗଲେ ୪: ୧୦.୧୨୮ ସମୟ ସହ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ଚୀନର ତାଇପେଇ ସ୍ୱର୍ଣ୍ଣ ପଦକ, ଦକ୍ଷିଣ କୋରିଆ ରୌପ୍ୟ ପଦକ ଜିତିଛି ।

 

Get real time updates directly on you device, subscribe now.