fbpx

ଭିମସାର ଛାତ୍ରଙ୍କ ମଧ୍ୟରୁ ୨ ଡେଲଟା ଭାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ର କୋଭିଡ୍ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ଜେନମ ସିକ୍ୟୁଏନ୍ସ ରିପୋର୍ଟ ଆସିଛି । ଜେନମ ସିକ୍ୟୁଏନ୍ସ ରିପୋର୍ଟରୁ ୨ଟି ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି । ମୋଟ ୨୧ ଜଣ ଛାତ୍ରଙ୍କର ସ୍ୱାବ୍ ଜେନମ ସିକ୍ୟୁଏନ୍ସ ଟେଷ୍ଟିଂ ପାଇଁ ଭୁବନେଶ୍ୱରକୁ ପଠାଯାଇଥିଲା । ୨୧ଟିରୁ ୧୨ଟି ନମୂନାର ଜେନମ ସିକ୍ୟୁଏନ୍ସ ରିପୋର୍ଟ ଆସିଥିବା ବେଳେ ଅନ୍ୟ ୯ଟି ନମୂନା ଏକ ପ୍ରଭାବହୀନ ଭାରିଆଣ୍ଟ ବୋଲି ସ୍ପଷ୍ଟ ହୋଇଛି । ଏନେଇ ଭିମସାର ଡିନ୍ ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି ।

ବୁର୍ଲା ଭିମସାରର କୋଭିଡ୍ ସଂକ୍ରମଣ ସ୍ଥିତି ଗତ କିଛିଦିନ ହେଲା ନିୟନ୍ତ୍ରଣକୁ ଆସିଛି । ପ୍ରଥମ ତିନିଦିନ ମଧ୍ୟରେ ସେଠାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୫୧ରେ ପହଞ୍ଚିଥିଲା । ସେହିପରି ଚତୁର୍ଥର ୭ମ ଦିନ ମଧ୍ୟରେ ୬୩ରେ ପହଞ୍ଚିଥିଳା । ଗତ ସୋମବାର ଦିନ ୨୧ ଜଣଙ୍କ ସ୍ୱାବ୍ ପଠାଯାଇଥିଲା ।

Get real time updates directly on you device, subscribe now.