fbpx

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଫରେଷ୍ଟର । ଗଜପତି ଜିଲ୍ଲାର ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ଟିମ୍ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି । ନୂଆଗଡ଼ସ୍ଥିତ ଫରେଷ୍ଟରଙ୍କ ଅଫିସ, ପାରଳାଖେମୁଣ୍ଡିର ଗାନ୍ଧିନଗର ସ୍ଥିତ ଭଡ଼ାଘର, ଗୋସାଣୀ ବ୍ଲକ ହରିଶ୍ଚନ୍ଦ୍ରପୁର ସ୍ଥିତ ପୈତୃକ ଘର, ଆନ୍ଧ୍ରପ୍ରଦେଶର ପୁରୁଣା ପାଟଣାରେ ଥିବା ଘର ଆଦିରେ ରେଡ୍ ଚାଲିଛି ।

Get real time updates directly on you device, subscribe now.