fbpx

ଆର୍ଯ୍ୟନ୍ ଡ୍ରଗ୍ସ ପାର୍ଟି ମାମଲାରେ ୨ ଓଡ଼ିଆ ଗିରଫ, ଜାଣନ୍ତୁ କିଏ?

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୭ ତାରିଖ ପଯ୍ୟନ୍ତ ରିମାଣ୍ଡରେ ନେଇଛି ଏନସିବି । ଏହି ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ଆଉ ଖବର ମିଳିଛି କି, ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟିରେ ଜଣେ ନୁହେଁ, ବରଂ ୨ ଜଣ ଓଡ଼ିଆ ପୁଅ ସାମିଲ ଥିଲେ । ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହ ସେଦିନ ଜାହାଜରେ ଥିଲେ ଦୁଇ ଜଣ ଓଡ଼ିଆ । ସେମାନଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ଏନସିବି ।

ତେବେ ଗିରଫ ହୋଇଥିବା ୨ ଓଡ଼ିଆଙ୍କ ନାଁ ଅଭିନ ଦିନନାଥ ଓ ମନୀଷ ରାଜଗରିଆ । ଉଭୟ ରାଉରକେଲା ସହରର ବୋଲି ଜଣାପଡିଛି । ମନୀଷ ରାଜଗାରିଆ ରାଉରକେଲା କଳୁଙ୍ଗା ଅଞ୍ଚଳର ଗୋଟିଏ ସ୍ପଞ୍ଜ ଆଇରନ ପ୍ଲାଣ୍ଟର ମାଲିକ ହୋଇଥିବା ବେଳେ ଅଭିନ ସାହୁ ହେଉଛନ୍ତି ଜଣେ ଜୁଏଲାରୀ ମାଲିକଙ୍କ ପୁଅ । ମନୀଷଙ୍କ ପାଖରୁ ୨.୪ ଗ୍ରାମ୍‌ ଗଞ୍ଜେଇ ମିଳିଥିଲା । ଅଭିନ୍ନ ଦୁଇ ଥର ଗଞ୍ଜେଇ ଟାଣିଥିଲେ । ଦୁହେଁ କ୍ରୁଜରେ ଅତିଥି ଥିଲେ । ସେପଟେ ପୁଅ ଗିରଫ ହେବା ପରେ କିଛି ବି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଅଭିନଙ୍କ ବାପା । କିନ୍ତୁ ମନୀଷଙ୍କ ବାପା କହିଛନ୍ତି ଯେ, ତାଙ୍କ ପୁଅ ପାର୍ଟିକୁ ଯାଇଥିଲା କିନ୍ତୁ ତାକୁ ଏନସିବି ଫସାଇ ଦେଇଛି ।

ଏହା ବ୍ୟତୀତ ରାଉରକେଲାର ଆଉ ଆଠ ଜଣ ଯୁବକ ଏନସିବି ସ୍କାନରରେ ଅଛନ୍ତି । ସେମାନଙ୍କୁ ବିନା ଅନୁମତିରେ ମୁମ୍ବାଇ ଛାଡି ଯିବାକୁ ଏନସିବି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏହି ଡ୍ରଗ୍ସ ପାର୍ଟି ଘଟଣାରେ ରାଉରକେଲା ର ସଂଶ୍ଳିଷ୍ଟ ଅଧିକାଂଶ ଯୁବକ ସିଭିଲ ଟାଉନଶିପ ଅଞ୍ଚଳର ବୋଲି ଜଣାପଡ଼ିଛି ।

ତେବେ ଗତ କିଛିଦିନ ତଳେ ମୁମ୍ବାଇ ସମୁଦ୍ର ମଧ୍ୟରେ ଚାଲିଥିବା ଏକ ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟିରେ NCB ରେଡ଼ କରିଥିଲା ଏବଂ ଏଥିରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପୁଅ ଝିଅ ମାନେ ଗିରଫ ହୋଇଥିଲେ । କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆଉ ୮ ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୧୬ରେ ପହଞ୍ଚିଛି ।

Get real time updates directly on you device, subscribe now.