fbpx

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ପରେଡ଼ ଦେଖିବେ ଦୁଇ ଆଦିବାସୀ

ଭୁବନେଶ୍ୱର, ୨୩ା୧(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଜାନୁଆରୀ ୨୬ରେ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ପାଳନ କରାଯିବ । ଏହି ସାଧାରଣ ତନ୍ତ୍ର ଦିବସରେ ପରେଡ଼ କାର୍ଯ୍ୟକ୍ରମ କରାଯାଇଥାଏ । ଏଥର ସାଧାରଣତନ୍ତ୍ର ଦିବସ ସମାରୋହକୁ ଓଡ଼ିଶାର ଦୁଇ ଆଦିବାସୀଙ୍କୁ ନିମନ୍ତ୍ରଣ କରାଯାଇଛି । ସେହି ଦୁଇ ଆଦିବାସୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପରେଡ଼ ଦେଖିବେ । ସେହି ଦୁଇ ଜଣ ହେଉଛନ୍ତି ମୟୂରଭଞ୍ଜର ଗଙ୍ଗାଧର ହେମ୍ବ୍ରମ ଓ ଜାପାନୀ ମାଝୀ । ଏହି ଦୁଇ ଜଣଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.