fbpx

ଶ୍ରୀମନ୍ଦିରରେ ରକ୍ତଛିଟା; ମହାପ୍ରଭୁଙ୍କ ହେଲା ମହାସ୍ନାନ

ପୁରୀ ୧୮ ।୪ (ଓଡିଶା ଭାସ୍କର) : ପୁରୀ ଶ୍ରୀମନ୍ଦିର ଭିତରେ ହିଂସା । ଭିତରକାଠ ନିକଟରେ ରକ୍ତ ଛିଟା ପଡିବାରୁ ଶ୍ରୀଜିଉଙ୍କର ମହାସ୍ନାନ କରାଯାଇଛି । ଶ୍ରୀଜଗନ୍ନାଥ ଟେମ୍ପୁଲ୍ ପୋଲିସର ଦୁଇ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପ୍ରଥମେ ଦୁଇ କର୍ମଚାରୀ ଯଥା ଗଙ୍ଗା ପ୍ରଧାନ ଓ ମନୋଜ ପାଣିଗ୍ରାହୀଙ୍କ ଭିତରେ କଥା କଟାକଟି ଓ ଥଟ୍ଟା ମଜା ବେଳେ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା । ମାରପିଟ୍ ବେଳେ ମନୋଜଙ୍କ ମୁଣ୍ଡ ଫାଟିଯିବାରୁ ମନ୍ଦିରର ଭିତରକାଠ ପାଖରେ ରକ୍ତର ଛିଟା ପଡିଥିଲା । ଆହତ ମନୋଜଙ୍କୁ ସଙ୍ଗେ ସଙ୍ଗେ ପୁରୀ ବଡ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଇଛି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

Get real time updates directly on you device, subscribe now.