fbpx

ହାଜତ ମୃତ୍ୟୁ ମାମଲା: ନିଲମ୍ବିତ ହେଲେ ୨ ପୋଲିସ

ବ୍ରହ୍ମପୁର, ୫ା୫ (ଓଡିଶା ଭାସ୍କର): ଦାୟିତ୍ୱରେ ଅବହେଳା ପାଇଁ ୨ ଜଣ ପୋଲିସଙ୍କୁ ନିଲମ୍ବନ କରାଯାଇଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଜଣେ ଯୁବକଙ୍କ ଆତ୍ମହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ପରେ ଏହି ପଦକ୍ଷେପ ନିଆଯାଇଛି । ଏହାସହ ଗୋଳନ୍ଥରା ଥାନାଧିକାରୀଙ୍କୁ ହଟାଇ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଜଣେ ଏଏସଆଇ ଓ ଜଣେ କନେଷ୍ଟବଳ ହାଜତ ମୃତ୍ୟୁ ମାମଲାରେ ନିଲମ୍ବିତ ହୋଇଛନ୍ତି ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆଙ୍କୁ ଏକ ଗଣ୍ଡଗୋଳ ଘଟଣାରେ ପୋଲିସ ଥାନାକୁ ଆଣିଥିଲା । ରାତି ୮ଟା ସମୟରେ ଗଣେଶ ପିନ୍ଧିଥିବା ବେଲ୍ଟରେ ଝରକାରେ ଝୁଲି ଆତ୍ମହତ୍ୟା କରିଥିଲେ । ଜଣେ କନେଷ୍ଟବଳ ଗଣେଶଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.