fbpx

ଏହି ଦୁଇଟି ସରକାରୀ ବ୍ୟାଙ୍କ ହୋଇଯିବ ପ୍ରାଇଭେଟ୍, ସଂସଦରେ ନୂଆ ନିୟମ ଆଣିବେ ସରକାର

ନୂଆଦିଲ୍ଲୀ: ଭାରତ ସରକାର ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଘରୋଇକରଣ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଗତ ସେପ୍ଟେମ୍ବର ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କଗୁଡ଼ିକ ଉପରୁ ପ୍ରମ୍ପଟ କରେକ୍ଟିଭ ଆକ୍ସନ (ପିସିଏ) ହଟାଇ ଦେଇଥିଲା । ତେଣୁ ସରକାର ସଂସଦର ଶୀତକାଳୀନ ଅଧିବେଶନରେ ବ୍ୟାଙ୍କିଂ ନିୟମରେ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି ।

ତେବେ ରିପୋର୍ଟ ମୁତାବକ, ଏହି ଦୁଇଟି ବ୍ୟାଙ୍କ ମଧ୍ୟରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ (ସିବିଆଇ) ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ (ଆଇଓବି) ରହିଛି । ଆସନ୍ତା ୨୯ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଶୀତକାଳୀନ ଅଧିବେଶନରେ ଏ ନେଇ ନୂଆ ନିୟମ ସଂଶୋଧନ କରାଯିବ । ସୂଚନାଯୋଗ୍ୟ ଯେ, ଗତ ୨୦୨୨ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ଦୁଇଟି ସରକାରୀ ବ୍ୟାଙ୍କକୁ ନିଜୀକରଣ ପାଇଁ ଘୋଷଣା କରିଥିଲେ । ତେବେ ଏନେଇ କାର୍ଯ୍ୟାରମ୍ଭ ହୋଇଯାଇଛି । ଏହି ଲିଷ୍ଟରେ କିଛି ଅଣଆର୍ଥିକ ପ୍ରତିଷ୍ଠାନ ଓ ଭାରତୀୟ ଜୀବନ ବୀମା ନିଗମ ସାମିଲ ରହିଛି ।

Get real time updates directly on you device, subscribe now.