fbpx

୩ କୃଷି ଆଇନ୍ ରଦ୍ଦ ହେବା ଦିଗରେ ପ୍ରଥମ ପଦକ୍ଷେପ, ବାଜିଲା କ୍ୟାବିନେଟ୍ ମୋହର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ୩ କୃଷି ଆଇନକୁ ରଦ୍ଦ କରିବା ଦିଗରେ ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି । ବୁଧବାର ଦିନ ହୋଇଥିବା କ୍ୟାବିନେଟ୍ ବୈଠକରେ ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଆଇନ ରଦ୍ଦ କରିବା ବିଲକୁ କ୍ୟାବିନେଟ୍ ମଞ୍ଜୁର କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ । ସଂସଦର ଆଗାମୀ ଶୀତ ଅଧିବେଶନରେ ବିଲ୍ ଆଗତ ହେବ । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦ୍ୱିପହର ୩ଟାରେ ପ୍ରେସମିଟ୍ କରି ସୂଚନା ଦେବେ ।

Get real time updates directly on you device, subscribe now.