fbpx

ରସିକିଆ ସ୍ୱାମୀକୁ ଥାନାରେ ଟଣା-ଓଟରା; ୩ ମହିଳାଙ୍କ ଅଭିଯୋଗ ଶୁଣି ପୋଲିସ ବି କାବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନାରେ ରସିକିଆ ସ୍ୱାମୀ ଅଟକ । ୩ ଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୁକ୍ତ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ୩ ଜଣ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ପୋଲିସ ଅଟକ ରଖିଛି । ମହିଳାଙ୍କ ଅଭିଯୋଗ ଶୁଣି ପୋଲିସ ଅଧିକାରୀ ବି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ତେବେ ଅଭିଯୁକ୍ତ ସ୍ୱାମୀର ନାଁ ଆଲୋକ ଜେନା ହୋଇଥିବା ବେଳେ ସେ ଖୋର୍ଦ୍ଧାର ବୋଲି ଜଣାପଡିଛି । ଆଲୋକଙ୍କ ପାଇଁ ଥାନାରେ ହାଜର ହୋଇଥିଲେ ୩ ମହିଳା । ସମସ୍ତଙ୍କୁ ବାହା ହେବା ସହ ସେମାନଙ୍କାରୁ ଲକ୍ଷାଧିକ ଟଙ୍କା ଓ ଗାଡ଼ି ନେଇଥିବା ଅଭିଯୋଗ କରିଛନ୍ତି ଏହି ମହିଳା । ମିଳିଥିବା ସୂଚନା ମୁତାବକ ଆଲୋକ ଜେନା ଡ୍ରାଇଭର ଭାବେ କାମ କରୁଥିଲା । ୩ ମହିଳାଙ୍କ ଅଭିଯୋଗ ଶୁଣିବା ପରେ ପୋଲିସ ଘଟରାର ତଦନ୍ତ କରୁଛି ।

Get real time updates directly on you device, subscribe now.