fbpx

ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିବା ୨ସୁଟର ଗିରଫ; ଜାଣନ୍ତୁ କିଏ ସେହି ଅଭିଯୁକ୍ତ?

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର (ଏପ୍ରିଲ ୧୬) ମୁମ୍ବାଇ କ୍ରାଇମବ୍ରାଞ୍ଚ କହିଛି ଯେ ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜ ଜିଲ୍ଲାରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଓ ସୁନୀଲ ପାଲ ବୋଲି ସୂତ୍ରରୁ ପ୍ରକାଶ। ରବିବାର (ଏପ୍ରିଲ ୧୪) ମୁମ୍ବାଇର ବାନ୍ଦ୍ରାରେ ଥିବା ସଲମାନ ଖାନଙ୍କ ଆପାର୍ଟମେଣ୍ଟ ବାହାରେ ଭିକି ଏବଂ ସୁନୀଲ ଗୁଳି ଚଳାଇଥିଲେ।

ସଲମାନଙ୍କ ଘର ବାହାରେ ଗୁଳିଚାଳନା ପୂର୍ବରୁ ଦୁହେଁ ଗତ ଏକ ମାସ ହେବ ମୁମ୍ବାଇ ନିକଟସ୍ଥ ପାନଭେଲ ଅଞ୍ଚଳର ଏକ ସୋସାଇଟିରେ ଭଡ଼ାରେ ରହୁଥିଲେ। ଦୁହେଁ ବଲିଉଡଷ୍ଟାରଙ୍କ ଘରେ ରେକି କରିଥିଲେ ଏବଂ ପରେ ଗୁଳିକାଣ୍ଡ ଘଟାଇଥିଲେ। ଉଭୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ସୋମବାର ରାତିରେ ଭୁଜରୁ ଗିରଫ କରିଥିଲା। ଅଭିଯୁକ୍ତମାନେ ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ମଙ୍ଗଳବାର (ଏପ୍ରିଲ ୧୬) ସକାଳେ ଭୁଜରୁ ମୁମ୍ବାଇ ଅଣାଯିବ।

Get real time updates directly on you device, subscribe now.