fbpx

ଏନକାଉଣ୍ଟରରେ ପୁଣି ଟଳିଲେ ୨ ଆତଙ୍କବାଦୀ: ୧୪ ଦିନରେ ୮ଟି ମୁଣ୍ଡ ଗଡ଼ିଲାଣି

ନୂଆଦିଲ୍ଲୀ: ପୁଣି ମାତିଲେ ଆତଙ୍କବାଦୀ । ଆଜି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାର ହସନପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ଏଥିରେ ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇବା ସହ ସେମାନଙ୍କଠାର କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଆତଙ୍କୀଙ୍କ ବିଷୟରେ ସୂଚନା ମିଳିବା ପରେ ସୁରକ୍ଷା କର୍ମୀ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ଏହାଫଳରେ ଗତ ୮ ଦିନ ମଧ୍ୟରେ ମୋଟ ୧୪ ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ଏନେଇ କଶ୍ମୀର ଜୋନ ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ବର୍ଷର ଅଧିକାଂଶ ସମୟରେ ଜମ୍ମୁ କଶ୍ମୀର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଲାଗି ରହିଥାଏ । ଗତ ୭ ତାରିଖରେ ୩ ଜଣ, ୫ ତାରିଖରେ ୩ ଜଣ, ଗତ ଡିସେମ୍ବର ୩୦ରେ ୬ ଜଣ, ୨୫ରେ ୨ ଜଣ, ୧୬ରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.