ଆନନ୍ଦପୁର: ମାଟ୍ରିକ ପରୀକ୍ଷା କେନ୍ଦ୍ର ବାହାରେ ତୁମୁଳ କାଣ୍ଡ । ଘସିପୁରା ଥାନା ଦେଓ ଗାଁ ସ୍ଥିତ ପରୀକ୍ଷା କେନ୍ଦ୍ର ବାହାରେ କଳିଗୋଳ ଦେଖିବାକୁ ମିଳିଛି ।
ବରିପାଲ ଓ ତରିମୁଳ ଗାଁ ଭିତରେ ଗଣ୍ଡଗୋଳ ଲାଗିଥିବା କାରଣରୁ ଦୁଇ ଗୋଷ୍ଠୀ ପରୀକ୍ଷା କେନ୍ଦ୍ର ବାହାରେ ଆସି ମାଡ଼ଗୋଳ ଲାଗିଥିଲେ ।
ଘଟଣାରେ ଜଣେ ଗୁରୁତର ହୋଇଥିବା ସୂଚନା । କପି ଚେକିଂ ପାଇଁ ସ୍କ୍ୱାର୍ଡ ଆସିବା ପରେ ଦୁଇ ଗାଁ ଭିତରେ ପିଟା ପିଟି ହୋଇଥିବା କୁହାଯାଉଛି ।
ସେପଟେ ମାଟ୍ରିକ ବିଜ୍ଞାନ ପରୀକ୍ଷାରେ କପି କରୁଥିବା ବେଳେ ଧରାପଡିଛନ୍ତି ୭ ଜଣ ପରୀକ୍ଷାର୍ଥୀ ଏମାନଙ୍କୁ କୌଣସି ସ୍କ୍ୱାଡ଼ ଧରିନାହାନ୍ତି। ଚଳିତବର୍ଷ ପ୍ରଥମ କରି ବୋର୍ଡ ପକ୍ଷରୁ ଲାଗିଥିବା ଏଆଇ କ୍ୟାମେରା ଏମାନଙ୍କୁ ଧରିଛି । ଏହି ୭ ପରୀକ୍ଷାର୍ଥୀଙ୍କୁ ଏଆଇ କ୍ୟାମେରା ଧରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ବୋର୍ଡ କର୍ତ୍ତୃପକ୍ଷ ।